Odisha Link
Bridging the Missing Links in Odisha

ନନ୍ଦନକାନନରେ ମହାବଳର ମୃତ୍ୟୁ

ଭୁବନେଶ୍ବର:ନନ୍ଦନକାନନରେ ବିରଳ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ହୋଇଛି। ଗତ ୧୪ ଦିନ ଧରି ବାଘ ସଫାରୀରେ ଅସୁସ୍ଥ ଥିବା ହେତୁ ଚିକିତ୍ସା ହେଉଥିଲା। ଗତ ୪ଦିନ ହେବ ଖାଦ୍ୟ ଗ୍ରହଣ କରୁନଥିଲା । ରକ୍ତ ପରୀକ୍ଷାରୁ ଜଣାପଡିଥିଲା ଯେ, ଶୁଭ୍ରାଂଶୁର ରକ୍ତ ସଂକ୍ରମଣ ହୋଇ ଜ୍ବର ହୋଇଥିଲା।

ଗତ ୨୦୧୪ ମସିହା ଜୁଲାଇ ମାସରେ ନାଲି ବାଘ ମନିଷ ଓ ଧଳା ବାଘୁଣୀ ସ୍ନେହାର ମିଳନରେ ଶୁଭ୍ରାଂଶୁ ଜନ୍ମ ହୋଇଥିଲା । ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୭ଟି ଧଳା ବାଘ ରହିଲେ ।

Comments are closed.