Odisha Link
Bridging the Missing Links in Odisha

ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବେଲପଶି ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡିନାହିଁ। ଯୁବକ ଜଣଙ୍କ ଶ୍ବଶୁର ଘର ବେଲପଶିକୁ ଦୁଇଦିନ ତଳେ ଆସିଥିଲେ। ବିଳମ୍ବିତ ରାତିରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ମୃତ ଯୁବକ ହେଲେ ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଆଦିପୁର ଗ୍ରାମର ଉମେଶ ଦାସ। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।

Comments are closed.