Odisha Link
Bridging the Missing Links in Odisha

କରୀନା ଖୁସି ହେବା ବେଳେ ନିରାଶଜନକ ଉତ୍ତର ରଖିଲେ ଆଲିଆ

ମୁମ୍ବାଇ : ବଲିଉଡର ଚୁଲବୁଲ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ଧରିଛି । ଦୁହେଁ ପ୍ରଥମେ ନିଜ ପ୍ରେମ ସଂପର୍କକୁ ଅସ୍ୱୀକାର କରୁଥିବା ବେଳେ ପରେ ଦୁହେଁ ସ୍ୱୀକାର କରିଥିଲେ । କିନ୍ତୁ ବିବାହ କେବେ ହେବ ସେ ନେଇ ଦୁହେଁ ମୌନ ବ୍ରତ ଧାରଣ କରିଛନ୍ତି ।


ମାମି ସିନେମା ଫେଷ୍ଟିଭାଲରେ ଅଭିନେତ୍ରୀ କରୀନା କପୁର ଖାନ୍‌ ଓ ଆଲିଆ ଭଟ୍ଟ ପହଞ୍ଚିଥିବା ବେଳେ ଦୁହିଁଙ୍କ ସହ ସାକ୍ଷାତକାର କରିଥିଲେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର । ଏହି ସମୟରେ କରଣ ଆଲିଆଙ୍କୁ ପ୍ରଶ୍ନ କରିଥିଲେ, କରୀନା ତୁମର ନଣଦ କେବେ ବନିବେ? କରଣଙ୍କ ଏଭଳି ପ୍ରଶ୍ନ ଶୁଣି ଆଲିଆ ଉତ୍ତର ଦେବା ପୂର୍ବରୁ କରୀନା ହସି ହସି କହିଥିଲେ, ସେ ଦିନ ମୁଁ ଦୁନିଆର ସବୁଠାରୁ ଖୁସୀ ହେବି । କରୀନାଙ୍କ ମୁହଁରୁ ଏଭଳି ଶୁଣିବା ପରେ ଟିକେ ଲାଜ କରିବା ସହ ଆଲିଆ କହିଥିଲେ, ସତରେ କହିବାକୁ ଗଲେ ମୁଁ ସେ ବିଷୟରେ କେବେ ଭାବି ନାହିଁ ଏବଂ ଏବେ ସେ ବିଷୟରେ ଭାବିବାକୁ ଚାହୁଁ ନାହିଁ । ଏହା କରିବା ପାଇଁ ଆମକୁ ଏକ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ହେବ । ଏବେ କ’ଣ ପାଇଁ ସେ ବିଷୟରେ ଆଲୋଚନା କରିବା ବୋଲି କହିଥିଲେ ।

Comments are closed.