Odisha Link
Bridging the Missing Links in Odisha

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନା !

ଭୁବନେଶ୍ୱର: ରାଜ୍ୟରେ ମୋ ସରକାର କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଉ ଏକ ଯୋଜନାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି। କାରଣ ୨୦୧୮ ମସିହା ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଏବେ ବଡ଼ ଖବର ଆସିଛି। କାରଣ ଏହି ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଲାଗିଛି ଜୋରଦାର ଝଟକା। ସ୍ୱାସ୍ଥ୍ୟସେବା ଯୋଗାଉଥିବା ୩୦୦ ନର୍ସିଂହୋମ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି। ବକେୟା ଅର୍ଥ ପାଇଁ ସେବା ବନ୍ଦ କରାଯାଇଥିବା ନର୍ସିଂହୋମ ସଂଘ ପକ୍ଷରୁ କୁହାଯାଇଛି।

ଏନେଇ ଅଲ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ପକ୍ଷରୁ କୁହାଯାଇଛି ଯେ, ସରକାରୀ ମେଡିକାଲ ସହ ପ୍ରାୟ ୩୦୦ ନର୍ସିଂହୋମ ଅନୁବନ୍ଧିତ ଥିଲେ। ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେମା ଯୋଗାଇବାକୁ ସେମାନେ ଅନୁବନ୍ଧିତ ହୋଇଥିଲେ। ତେବେ ୨୦୧୭ରୁ ରାଜ୍ୟ ସରକାର ସେମାନଙ୍କ ବକେୟା ଦେଇନଥିଲେ।

ପ୍ରାୟ ୨୫ରୁ ୩୦ କୋଟି ଟଙ୍କର ବକେୟା ରହିଥିବା ସଂଘ ପକ୍ଷରୁ କୁହାଯାଇଛି। ଏନେଇ ସଂଘ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାହିଁ ବିଫଳ ହୋଇଥିଲା। ବକେୟା ନମିଳିବାରୁ ଓ ମନ୍ତ୍ରୀଙ୍କୁ ଭେଟିନପାରିବାରୁ ସେବା ବନ୍ଦ କରାଯାଇଥିବା ପ୍ରାଇଭେଟ ମେଡିକାଲ ଫୋରମର ସମ୍ପାଦକ ଇନ୍ଦ୍ରମଣି ଜେନା ସୂଚନା ଦେଇଛନ୍ତି।

Comments are closed.