ଚର୍ଚ୍ଚାରେ ହିନ୍ଦୀ-ଓଡ଼ିଆ “ବାଳ”

ଭୁବନେଶ୍ବର: ବାଳ..। ଏଭଳି ଏକ ଶବ୍ଦ ଯାହା ଏବେ ଖୁବ୍ ଚର୍ଚ୍ଚିତ। ଆଜିର ସମାଜରେ ବାଳ ଅର୍ଥାତ କେଶ ହେଉଛି ମୁଖ୍ୟ ପ୍ରସଙ୍ଗ। କେଶ ଝଡ଼ିବା ଏବେ ଏକ ରୋଗ ପରି ବ୍ୟାପିଛି। କେଶ ଝଡ଼ିବା ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଥାନ୍ତି। ଚନ୍ଦା ଲୋକମାନେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଥଟ୍ଟା ଉପହାସର ଶିକାର ହେଉଛନ୍ତି ତାକୁ ନେଇ ବଲିଉଡରୁ ନେଇ ଓଲିଉଡ ପର୍ଯ୍ୟନ୍ତ ଫିଲ୍ମ ନିର୍ମାଣ ହେଲାଣି।
ଏଭଳି କେଶ ସମସ୍ୟାକୁ ନେଇ ବଲିଉଡରେ ‘ବାଳ’ ଓ ‘ଉଜଡା ଚମନ’ ଭଳି ଫିଲ୍ମ ନିର୍ମାଣ ହୋଇଛି। ଏହି ଫିଲ୍ମ ଆଗାମୀ ନଭେମ୍ବର ମାସରେ ରିଲିଜ ହେବାକୁ ଯାଉଛି। ଯାହାର ଟ୍ରେରଲ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚିତ। ଫିଲ୍ମର ଟ୍ରେଲରେ ଦେଖିବାକୁ ମଳିୁଛି ଯେ ଜଣେ ଚନ୍ଦା ଲୋକର ଜୀବନ ଉପରେ ଏହି ବାଳ ଚଳଚ୍ଚିତ୍ର ପର୍ଯ୍ୟବେସିତ ହୋଇଛି। ଏହି ଚଳର୍ଚ୍ଚିତ୍ରରେ ଆୟୁଷ୍ମାନ୍ ଖୁରାନାଙ୍କ ସହ ଭୂମି ପେଡନେକର ଏବଂ ୟାମି ଗୌତମ ଅଭିନୟ କରୁଥିବାର ନଜର ଆସିଛନ୍ତି।
ଏଭଳି ଏକ ଫିଲ୍ମ ଖୁବଶୀଘ୍ର ଓଲିଉଡ଼ରେ ମଧ୍ୟ ଦେଖିବାକୁ ପାଇବେ ସିନେ ପ୍ରମେୀ। ଏଭଳି ଜଣେ ଚନ୍ଦା ଲୋକର ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ ତା’ର ଆଗାମୀ ଫିଲ୍ମ ‘ବାଳ ଦ ରିଦିମ୍ ଅଫ୍ ଲାଇଫ୍’ର ପୋଷ୍ଟର ରିଲିଜ କରିଛି। ଏହି ଫିଲ୍ମର ନିର୍ମାଣ ତରଙ୍ଗ ସିନେ ପ୍ରଡକ୍ସନ କରୁଥିବାବେଳେ, ଫିଲ୍ମର ନିର୍ଦ୍ଦେଶନା ଦେବେ ଅମରେଶ୍ ପତି। ଏହାସହ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳୁଛନ୍ତି ଅଭିଜିତ୍ ମଜୁମଦାର।
ଫିଲ୍ମକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କେତେକ ଲୋକ ଫିଲ୍ମକୁ ନେଇ ନକରାତ୍ମକ ମନ୍ତବ୍ୟ ଦେଇଥିଲାବେଳେ ଆଉ କେତେ ଜଣ ଏଭଳି ଫିଲ୍ମ ପାଇଁ ପ୍ରଯୋଜନା ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି। ଫିଲ୍ମଟି ଖୁବଶୀଘ୍ର ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।