Odisha Link
Bridging the Missing Links in Odisha

ଦୂତି ଚାନ୍ଦ ଖେଳିବେ ପ୍ରଶ୍ନ ଉତ୍ତର

ମୁମ୍ୱାଇ :ଦୌଡ଼ରାଣୀ ଦୂତି ଚାନ୍ଦ ଆମ ଦେଶ ପାଇଁ ଗର୍ବ ଓ ଗୌବ । ସେ ଖେଳ ସହ ନିଜର ବୁଦ୍ଦି ର ପରିଚୟ ଦେବା ପାଇଁ ‘କୌନ ବନେଗା କରୋଡପତି’ର କରମବୀର ଏପିସୋଡ୍‌ରେ ଭାଗ ନେଇଛନ୍ତି। ଦୂତିଙ୍କ ସହିତ ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ୍‌ ଓ ଆସାମ ଆଥଲେଟ୍‌ ହିମା ଦାସ ମଧ୍ୟ ଭାଗ ନେଇଛନ୍ତି । ଏପିସୋଡ୍‌ଟି ଆସନ୍ତାକାଲି ଅର୍ଥାତ ୨୫ ଅକ୍ଟୋବରରେ ଟେଲିଭିଜନରେ ଦେଖିବାକୁ ମିଳିବ । ଦୂତି ଚାନ୍ଦ କହିଛନ୍ତି କି ସେ ଶୋଟିକୁ କେବଳ ଟିଭିରେ ଦେଖୁଥିଲେ କିନ୍ତୁ ଏଥିରେ ଭାଗ ନେଇବହୁତ ଖୁସି ଅନୁଭବ କରୁଛନ୍ତି ଏବଂ ବଲିଉଡ୍‌ର ବାଦ୍‌ଶାହା ଅମିତାଭ ବଚ୍ଚନଙ୍କ ସହିତ ମଧ୍ୟ ଦେଖା ସାକ୍ଷାତ ହେଲା। କେବିସିରେ ସେ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ପଡ଼ିଲା। ସମସ୍ତେ କୁହନ୍ତି ସେଟା ହଟ୍‌ ସିଟ୍‌, କିନ୍ତୁ ସେଥିରେ ବସିବା ପରେ ମୁଁ ଅନୁଭବ କଲି ତାହା ହଟ୍‌ ସିଟ୍‌ ବୋଲି। ହଟ୍‌ ସିଟ୍‌ରେ ବସିବା ପରେ ମୋତେ ବହୁତ ଡର ଲାଗୁଥିଲା।
ଦୂତି ଆହୁରି ମଧ୍ୟ କହିଛନ୍ତି, ମୁଁ ଡରରେ ପ୍ରଶ୍ନ ଉତ୍ତର ଦେବାକୁ ମଧ୍ୟ ନର୍ଭସ୍‌ ଫିଲ୍‌ କଲି। କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ସବୁ ଉତ୍ତର ଦେଇପାରିଲି। ସମସ୍ତଙ୍କର ସ୍ୱପ୍ନ ଥାଏ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଦେଖା କରିବା ପାଇଁ, ଯାହାର ସୁଯୋଗ ମୋତେ ମିଳିଛି। ଏହା ମୋ ପାଇଁ ବହୁତ ଗର୍ବର କଥା।’

Comments are closed.