Odisha Link
Bridging the Missing Links in Odisha

ପୁଣି ମାତିଲେ ମାଓବାଦୀ

କନ୍ଧମାଳ: କିଛି ଦିନ ବ୍ୟବଧାନ ପରେ ପୁଣି ମାଓବାଦୀମାନେ କାଣ୍ଡ ଭିଆଇଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତମଗଡ ପନ୍ଦରମାଇଲ ଛକ ଏବଂ ସିର୍ତୀଗୁଡା କନ୍ଦିବାନ୍ଦା ନିକଟ ସିଓସୁଗାରେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ଦୀର୍ଘ ଦିନର ନୀରବତା ପରେ ପୁଣି ସିପିଆଇ ମାଓବାଦୀ ସଂଗଠନ ଗତକାଲି ବିଳମ୍ବିତ ରାତିରେ ଦୁଇଟି ସ୍ଥାନରେ ବଡବଡ ଗଛ ପକାଇ ରାସ୍ତା ଅବରୋଧ କରି ବ୍ୟାନର ଲଗାଇ ପୁଣି କନ୍ଧମାଳରେ ନିଜର ସ୍ଥିତି ଜାହିର କରିଛି ।
କୋଟଗଡ଼ ପାଙ୍ଗାଲ ପଦର ଦମ୍ପତି ହତ୍ୟା ଗୁମୁଡୁମାହା ଗୁଳିକାଣ୍ଡ କଳିଙ୍ଗ ନଗର ଗଣହତ୍ୟାକୁ ତୀବ୍ର ନିନ୍ଦା କରାଯାଇଥିବା ପୋଷ୍ଟରେ ଉଲ୍ଲେଖ ରହିଛି।ପୋଲିସର ସୂଚନାଦାତା ନହେବାକୁ ଲୋକଙ୍କୁ କଡା ଚେତାବନୀ ଦିଆଯାଇଛି। ପନ୍ଦରମାଇଲ ଛକ ନିକଟରେ ଗଛଡାଳରେ ଟିଫିନ ବୋମା ଲାଗିଥିବାରୁ ଲୋକେ ଭୟଭୀତ ଅଛନ୍ତି।ଗୋପାଳପୁର ରାୟପୁର ଜାତୀୟ ରାଜପଥ ଅବରୋଧ ଯୋଗୁଁ ଗାଡିଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଲୋକେ ଭୟରେ କାମ ଧନ୍ଦାକୁ ଯାଇପାରୁନାହାନ୍ତି।

Comments are closed.