Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା ; ଉଚସ୍ତରୀୟ ତଦନ୍ତ ଦାବି କଲା ଏବିଭିପି

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ହଲ ଅଗ୍ନିକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଗତ ଗୁରୁବାର ଦିନ ସିଣ୍ଡିକେଟ ହଲରେ ଅଗ୍ନିକାଣ୍ଡ ଘଟି ବହୁ କାଗଜପତ୍ର ନଷ୍ଟ ହୋଇଥିଲା । ମାତ୍ର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ତଦନ୍ତ କରିବା ପରିବର୍ତେ କର୍ତୃପକ୍ଷ ଯେପରି ହାଲୁକା ଭାବେ ନେଇଛନ୍ତି, ତାହା ସାଧାରଣ ଛାତ୍ରଛାତ୍ରୀମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ଘଟଣାର ଗୋଟିଏ ଦିନ ପରେ ବିଶ୍ୱବିଦ୍ୟାଳୟ ସିଣ୍ଡକେଟର ବୈଠକ ଥିଲା । ବୈଠକରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କାରାଯାଇଥାନ୍ତା ମାତ୍ର ଏହା ପୂର୍ବରୁ ଅଗ୍ନିକାଣ୍ଡ ଘଟି ସିଣ୍ଡିକେଟ ହଲର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିଲା । ତେଣୁ ଏହାକୁ ଏକ ଯୋଜନାବଦ୍ଧ ଭାବେ କରାଯାଇଥିବା ଏବିଭିପି ସନ୍ଦେହ ପ୍ରକଟ କରିଛି । ଅନ୍ୟପକ୍ଷରେ ଅଗ୍ନିକାଣ୍ଡକୁ ବୁଦ୍ଧିଜୀବି ମହଲ ସହଜରେ ଗ୍ରହଣ କରିପାରୁନଥିବାବେଳେ ସିଣ୍ଡିକେଟ କୋଠାରେ ବାସ୍ତୁଦୋଷ ଥିବା କୁଳପତିଙ୍କ ଟିପ୍ପଣୀକୁ ସାଧାରଣରେ ବିରୋଧ କରାଯାଇଛି । ଏ ସମସ୍ତ ଘଟଣାକୁ ନେଇ ତୁରନ୍ତ ଉଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Comments are closed.