Odisha Link
Bridging the Missing Links in Odisha

ହରିୟାଣା: ଆଜି ଶପଥ ନେବେ ମନହୋର ଖଟ୍ଟର

ଚଣ୍ଡିଗଡ଼: ଆଜି ସାରା ଦେଶ ଦୀପାବଳି ପାଳନ କରୁଛି। ଏହି ଅବସରରେ ହରିୟାଣାରେ ବିଜେପି ମନହୋର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ତାର ଦ୍ବିତୀୟ ଇଂନିସର ଦ୍ବୀପ ଜାଳିବ। ଅର୍ଥାତ୍‌ ମନହୋର ଲାଲ ଖଟ୍ଟର ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟା ୧୫ ମିନିଟରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ନୂଆ ସରକାରର ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି। ହରିୟାଣା ବିଜେପି ବିଧାୟକ ଦଳର ନେତା ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଜେଜେପିର ମୁଖ୍ୟ ତଥା ଜେଜେପି ବିଧାୟକ ଦଳର ନେତା ଦୁଷ୍ୟନ୍ତ ଚୌଟାଲା ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ।

ଏହି ଶପଥ ଉତ୍ସବରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ସାମିଲ୍ ହେବେ ବୋଲି ସୂଚନା ରହିଛି। ନିର୍ବାଚନ ଫଳାଫଳ ପରେ ଜେଜେପିକୁ ବିଜେପି ସହ ଆସିବା ପାଇଁ ପ୍ରକାଶ ସିଂହ ବାଦଲ ହିଁ ମୁଖ୍ୟ ନେତୃତ୍ୱ ନେଇଥିଲେ। ପ୍ରକାଶ ସିଂହଙ୍କ ଦଳ ଶିରୋମଣୀ ଅକାଳୀ ଦଳ ଉଭୟ ପଞ୍ଜାବ ଏବଂ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ୍ ରହିଛି।

ସୂଚନାଥାଉକି, ହରିଆଣାର ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ସିଟରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଏବଂ ଅନ୍ୟାନ୍ୟ ୯ ଜଣ ଜିତିଛନ୍ତି।

Comments are closed.