ଢେଙ୍କାନାଳ ଗସ୍ତରେ ରାଜ୍ୟ ସହର ଓ ନଗର ଉନ୍ନୟନ ମନ୍ତ୍ରୀ

ଢେଙ୍କାନାଳ: ଅଚନାକ ଢେଙ୍କାନାଳ ଗସ୍ତ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ପ୍ରଥମେ ପଞ୍ଚାୟତରାଜ, ଆଇନ୍, ସହର ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଢେଙ୍କାନାଳ ପୌର କାର୍ଯ୍ୟାଳୟକୁ ଯାଇ ସେଠାରେ ଉନ୍ନୟନ୍ନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ପୌର କାର୍ଯ୍ୟାଳୟକୁ ଆସିଥିବା ଲୋକଙ୍କ ସହ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି। ପ୍ରତାପ ଜେନା ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଓ ଯନ୍ତ୍ରୀ ରଶ୍ମୀ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ତେବେ ସେଠାରେ ପୌର ପରିଷଦର ସ୍ବଚ୍ଛତା କାର୍ୟ୍ୟକ୍ରମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରତାପ ଜେନା।
ପରେ ସେ ଢେଙ୍କାନାଳ ବସଷ୍ଟାଣ୍ଡ ପାଖରେ ଥିବା ଆହାର କେନ୍ଦ୍ରକୁ ଯାଇ ଖାଦ୍ୟର ମାନ ଯାଂଚ ସହ ନିଜେ ଆହର ଖାଇଛନ୍ତି। ସେଠାରେ କିଛି ସମୟ ରହିବା ପରେ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ଅବସରରେ ପୋଖରୀଗୁଡ଼ିକର ପୁନରୁଦ୍ଧାର କରିବା ପାଇଁ କହିଥିଲେ। ଏହାପରେ ସେ ଢ଼େଙ୍କାନାଳ ସହର ଉପକଣ୍ଠରେ ଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ।
Comments are closed.