ଝାମ୍ପିନେଲେ ୧୮ ଲକ୍ଷ

ଆଠଗଡ଼: ଆଠଗଡ଼: ୧୮ ଲକ୍ଷ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଲେ ୪ ଦୁର୍ବୃତ୍ତ। ଖୁଣ୍ଟୁଣୀ ରାଧାକିଶୋରପୁର ନିକଟରୁ ୨ଟି ପଲସରରେ ଆସି ଦୁର୍ବୃତ୍ତମାନେ ଉକ୍ତ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କ ଠାରୁ ଉକ୍ତ ଟଙ୍କା ଲୁଟ ହୋଇଛି। କର୍ମଚାରୀ ଜଣକ ଢେଙ୍କାନାଳ କାଇମାଟିରୁ ଭୁବନେଶ୍ୱର ଆସୁଥିଲେ। ତେବେ ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଖୁଣ୍ଟୁଣୀ ରାଧାକିଶୋରପୁର ନିକଟରୁ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ଖବର ପାଇ ଖୁଣ୍ଟୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।