Odisha Link
Bridging the Missing Links in Odisha

ବିଜେପି ନେତୃତ୍ବରେ ହିଁ ସରକାର ହେବ, ମୁଁ ହିଁ ୫ବର୍ଷ ମୁଖ୍ୟମନ୍ତ୍ରୀ ରହିବି: ଫଡ଼ନାବିସ୍‌

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବିବାଦ ଥମିବାର ନାଁ ଧରୁନି।ଫଳାଫଳ ପ୍ରକାଶ ପାଇବାର ୫ ଦିନ ହୋଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଶିବସେନା ମଧ୍ୟରେ ଚାଲିଛି ଅଙ୍କକଷା। ଏହି ଅଙ୍କକଷା ପରିସ୍ଥତିକୁ ଅଧିକ ରୋଚକ କଲା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ମନ୍ତବ୍ୟ। ଦଳୀୟ କର୍ମୀଙ୍କୁ ପ୍ରବୋଧନା ଦେଇ ଫଡ଼ନାବିସ୍‌ କହିଛନ୍ତି ଯେ, ମହାରାଷ୍ଟ୍ରରେ ବିଜେପି ହିଁ ସରକାର କରିବ। ଯାହା ଏବେ ମହାରାଷ୍ଟ୍ର ସମେତ ସାରା ଦେଶର ଚର୍ଚ୍ଚାର ବିଷୟ।

ଅପରପକ୍ଷେ ବିଜେପି ସହଯୋଗୀ ଦଳ ଶିବସେନା ପୂର୍ବପରି ୫୦;୫୦ ଫର୍ମୂଲାରେ ଅଟଳ ରହିଛି। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ ୫୦-୫୦ ଫର୍ମୁଲା ନେଇ ଏପର୍ଯ୍ୟନ୍ତ ଶିବସେନା ସହିତ କୌଣସି ଆଲୋଚନା ହୋଇନାହିଁ। ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ ସଂପର୍କରେ ବିଜେପି ଅଧ୍ୟକ୍ଷ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ସେ କହିଛନ୍ତି। ଏଥିସହିତ ବିଜେପି ନେତୃତ୍ବରେ ସରାକର ଗଠନ ହେବ ଏବଂ ମୁଁ ୫ବର୍ଷ ମୁଖ୍ୟମନ୍ତ୍ରୀ ରହିବି ବୋଲି ଦଳୀୟ କର୍ମୀଙ୍କୁ ପ୍ରବୋଧନା ଦେଇଛନ୍ତି ଫଡ଼ନାବିସ୍‌।

Comments are closed.