Odisha Link
Bridging the Missing Links in Odisha

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଗୁଜୁମାପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି କରୁଥିବା ସନ୍ଦେହ କରି ତୁଳାବତୀ ସାନ୍ତା ନାମକ ମହିଳାଙ୍କୁ ହତ୍ୟା କରାଯାଇଛି। ଗୁଜୁମାପଦର ଗ୍ରାମର ଧନୁ ସାନ୍ତା ଏବଂ ରାଧୁ ସାନ୍ତା ବିଳମ୍ବିତ ରାତିରେ ମହିଳା ଜଣକୁ ଘରୁ ଡାକି ଆଣି ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗାଁର ତୁଳାବତୀ ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘରୁ ଡାକି ନେଇ ହଳ ଜୁଆଡି ସାହାଯ୍ୟରେ ଅତି ଅମାନୁଷିକ ଭାବେ ହତ୍ୟା କରିଥିଲେ। ତୁଳାବତୀଙ୍କୁ ବଞ୍ଚାଇବାଙ୍କୁ ଆସି ନିଜ ବୋହୁ ଟିକମ ସାନ୍ତା ମଧ୍ୟ ଗୁରୁତର ହୋଇଛନ୍ତି। ତୁଲାବତୀ ସାନ୍ତାଙ୍କ ପରିବାରକୁ ଦୀର୍ଘଦିନ ଧରି ଗ୍ରାମବାସୀ ଗୁଣି ଗାରେଡି ସନ୍ଦେହରେ ନିଆଁ ପାଣିରୁ ବାସନ୍ଦ କରି ଏକ ଘରିଆ କରି ରଖିଥିଲେ। କିଛିଦିନ ହେବ ଧାନୁ ସାନ୍ତା ଏବଂ ରାଧ ସାନ୍ତାଙ୍କ ପରିବାର ଲୋକଙ୍କ ଦେହ ଅସୁସ୍ଥ ରହି ଆସୁଥିଲା ଯାହାକୁ ନେଇ ଧନୁ ସାନ୍ତାଙ୍କ ପରିବାର ତୁଳବତୀଙ୍କ ଉପରେ ସନ୍ଦେହ କରୁଥିଲେ। ଉକ୍ତ ଘଟଣାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତମାନେ ଫେରାର ଥିବାବେଳେ ଏନେଇ ପରିବାର ପକ୍ଷରୁ ମୈଦଲପୁର ଥାନାରେ ଏତଲା ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଖୋଜୁଛି।

Comments are closed.