Odisha Link
Bridging the Missing Links in Odisha

ପଡ଼ୋଶୀ ଯୁବକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ଦୁଇ ନାବାଳିକା

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଗୋଟିଏ ଦିନରେ ଦୁଇ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ତେବେ ଉଭୟ ଘଟଣାରେ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଡେଲବେଡା ଗାଁରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଘରେ କେହି ନଥିବା ସୁଯୋଗ ନେଇ ନାବାଳିକାଙ୍କୁ ତାଙ୍କ ପଡୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ଓ ମା’ ସନ୍ଧ୍ୟାରେ ଗାଈ ଖୋଜିବାକୁ ଯାଇଥିବା ସମୟରେ ନାବାଳିକା ଜଣକ ଘରେ ବସି ପାଠ ପଢ଼ୁଥିଲେ। ସେହି ସମୟରେ ପଡୋଶୀ ଯୁବକ ତାଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିଛନ୍ତି। ଘଟଣା ପରେ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଜଣାପଡିଛି। ପରିବାରଲୋକ ଥାନାରେ ଏତଲା ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।
ସେହିପରି କରଞ୍ଜିଆ ଥାନା ଅନ୍ତର୍ଗତ ଅଙ୍କୁରା ଗାଁରେ ମଧ୍ୟ ସମାନ ଘଟଣା ଘଟିଛି। ପଡୋଶୀଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା। ୪ରୁ ୫ ଦିନ ପୂର୍ବରୁ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ଘଟଣା ସଂପର୍କରେ କାହା ଆଗରେ ପ୍ରକାଶ କରିନଥିଲେ। ନାବାଳିକାଙ୍କର ଶରୀର ଅସୁସ୍ଥ ହେବାରୁ ଆଜି ଘଟଣାଟି ସାମ୍ନାକୁ ଆସିଛି। ତେବେ ଲୋକଲଜ୍ଜା ଭୟରେ ନାବାଳିକାଙ୍କ ବାପା ଓ ମା’ ଘଟଣାକୁ ଲୁଚେଇ ରଖିଥିବା ଜଣାପଡିଛି। ଆଜି ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

Comments are closed.