Odisha Link
Bridging the Missing Links in Odisha

କୂଅରୁ ଉଦ୍ଧାର ହେଲା ମୃତଦେହ; ବଳି ସନ୍ଦେହ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଭୁଜବଲ ପରାଭୁଏ। ତାଙ୍କ ଘର ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ମାନ୍ଦଲା ଗାଁରେ।
ସୂଚନା ଅନୁସାରେ ଗତକାଲି ଭୁଜବଲଙ୍କ ମୃତଦେହ ସାଲେପଡ଼ା ଗାଁରେ ଥିବା କାଳୀ ମନ୍ଦିର ନିକଟସ୍ଥ କୂଅ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସାଲେପଡ଼ା ଗାଁର ଜଣେ ବାବା ତାଙ୍କୁ ଗତକାଲି ରାତିରେ ପୂଜାପାଠ ପାଇଁ ମାନ୍ଦାଲା ଗାଁରୁ ଡାକି ଆଣିଥିଲେ ଏବଂ ସେ ହିଁ ତାଙ୍କୁ ବଳି ଦେଇଥାଇପାରନ୍ତି ବୋଲି ଭୁଜବଳଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Comments are closed.