ସୁର ଭାଇ ଜାଣି ନାହାନ୍ତି: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ସୁର ଭାଇଙ୍କ ବେଳେ ଯାହାହେଉଥିଲା, ଏବେ ଯୁଗ ବଦଳିଯାଇଛି। ମନ୍ତ୍ରୀ ଯେଉଁଠି ଥିଲେ ବି ଓଏସଡବ୍ଲୁ୍ୟଏଏସ(ଓସ୍ୱାସ)ରେ କାମ କରିପାରିବେ। ଡିଜିଟାଲରେ କେମିତି ଦସ୍ତଖତ ହୁଏ ସୁର ଭାଇ ଜାଣିନାହାନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ୫-ଟିକୁ ନେଇ ସୁର ରାଉତରାୟଙ୍କ କଟାକ୍ଷର ଜବାବ ଦେଇ ମନ୍ତ୍ରୀ ଶ୍ରୀ ଦାସ ଏଭଳି କହିଛନ୍ତି।
ପ୍ରକାଶ ଯେ, ୫-ଟିକୁ କଟାକ୍ଷ କରି ‘ଟି ନା ଚା’ ବୋଲି ସୁର ରାଉତରାୟ କଟାକ୍ଷ କରିଥିଲେ। ସେ କହିଥିଲେ ଯେ, ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ପଡ଼ିଛନ୍ତି। ଏହା ପ୍ରତି କାହାର ନଜର ପଡ଼ୁନାହିଁ। ହସ୍ପିଟାଲରେ ବେଡ ନାହିଁ। ରୋଗୀ ତଳେ ଗଡ଼ୁଛନ୍ତି। ଆଗ ରାଜଧାନୀର ଅବସ୍ଥା ଦେଖ। ଏଠାରେ ମନ୍ତ୍ରୀଙ୍କ ମର୍ଯ୍ୟାଦାହାନୀ ହେଉଛି। ମନ୍ତ୍ରୀ ପ୍ରଚାରରେ ଥିଲେ, ସିଡିଏମଓଙ୍କୁ ସସପେଣ୍ଡ କରାଗଲା । ମନ୍ତ୍ରୀ ଭୋଟ କାଉଣ୍ଟିଂରେ ଅଛନ୍ତି, ସସପେଣ୍ଡ ଉଠିଗଲା। କ’ଣ ଚାଲିଛି ଏଠି। ଏ କି ପାଗଳାମୀ ଶାସନ। ଏଠି ଅଫିସରଙ୍କ ଜରିଆରେ ସବୁ ହେଉଛି ବୋଲି ସୁର ରାଉତରାୟ କହିଥିଲେ।