Odisha Link
Bridging the Missing Links in Odisha

ଗୁଣିଗାରେଡ଼ି ସନ୍ଦେହରେ ବାପା ଓ ପୁଅଙ୍କୁ ହତ୍ୟା

ମାଲକାନଗିରି: ଗୁଣିଗାରେଡ଼ି ସନ୍ଦେହରେ ବାପା ଓ ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ମାଳିଗୁଡା ଗାଁରେ। ମୃତକ ହେଉଛନ୍ତି ବାପା ସଦନ ମାଳି ଓ ପୁଅ ନିଳେନ୍ଦ୍ର ମାଳି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଗୁଣିଗାରେଡି ସନ୍ଦେହରେ ତିନି ବର୍ଷ ହେବ ସଦନ ମାଳିଙ୍କ ପରିବାରକୁ ଗାଁରୁ ଏକଘରକିଆ କରିଦେଇଥିଲେ। ଗତକାଲି ରାତିରେ ବାପା ଓ ପୁଅ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ହତ୍ୟା କରି ମୃତଦେହକୁ ନଦୀ କୂଳରେ ପକାଇଦେଇଥିଲା। ତେବେ ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ମାଥିଲି ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି। ତେବେ ପୋଲିସ ନିକଟରେ ଦୁଇଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

Comments are closed.