Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀମାନଙ୍କୁ ମାଡ଼ମାରିଥିବା ଶିକ୍ଷୟତ୍ରୀଙ୍କ ସ୍ୱାମୀ ଫେରାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ଜାଲପାଲି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବାଡ଼ିରେ ପିଟିଥିବା ସେହି ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ସ୍ୱାମୀ ଫେରାର ହୋଇଯାଇଥିବା ଘଟଣା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଅଭିଯୋଗ ଅନୁସାରେ, ଜାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଲକ୍ଷ୍ମୀ ମେହେରଙ୍କୁ ପ୍ରତିଦିନ ତାଙ୍କ ସ୍ୱାମୀ ସୌଦାଗର ମେହେର ସ୍କୁଲକୁ ନେଇଯାଆନ୍ତି ଏବଂ ଛୁଟି ହେଲେ ସାଙ୍ଗରେ ସେଦୁହେଁ ଘରକୁ ଫେରିଥାନ୍ତି। ବେଳେବେଳେ ସୌଦାଗର ମେହେର ସ୍କୁଲରେ ପାଠ ବି ପଢ଼ାନ୍ତି। କିନ୍ତୁ ଗତକାଲି ସୌଦାଗର ଛାତ୍ରଛାତ୍ରୀମାନଙ୍କୁ ବାଡ଼ିରେ ପିଟିଥିଲେ।ପିଲାମାନେ ଘରେ ଆସି ସବୁକଥା ଜଣାଇବାପରେ ଆହତ ଛାତ୍ରଛାତ୍ରୀ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଏନେଇ ଗ୍ରାମବାସୀ ଓ ଅଭିଭାବକମାନେ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Comments are closed.