Odisha Link
Bridging the Missing Links in Odisha

ମହିଳା କମିଶନ ଅଧ୍ୟକ୍ଷା ଓ ଏସପିଙ୍କ ବହିଷ୍କାର ଦାବି କଲେ ବିରୋଧୀ

ଭୁବନେଶ୍ବର: ଯାଜପୁର ହରିଦାସପୁର ପିଇଓ ସ୍ମୀତାରାଣୀ ବିଶ୍ୱାଳ ହତ୍ୟା ଘଟଣାକୁ ପୁଣି ଉଠାଇଛି। ଆଜି ବିଜେପି ମୁଖ୍ୟାଳୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଘଟଣାରେ ମୃତ ପିଇଓ ସ୍ମୀତାରାଣୀଙ୍କ ପରିବାରକୁ ନ୍ୟାୟ ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଘଟଣାରେ ତୁରନ୍ତ ତଦନ୍ତ କରି ନ୍ୟାୟ ନଦେଲେ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।
ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି। ଯାଜପୁର ଏସପି ଘଟଣାକୁ ନେଇ ମିଛ କହିଥିବା ଅଭିଯୋଗ କରିଛି ବିଜେପି। ବେଆଇନ ରଙ୍ଗଶାଳା ତିଆରି ପଛରେ କାହାର ରହିଛି ହାତ, ସେ ସବୁର ଖୋଳତାଡ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ବର୍ତମାନ ସୁଦ୍ଧା ଏହି ଘଟଣାରେ କେବଳ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଛି। ହୋଇଥିବାରୁ ତାର ବାକି ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ରାଜ୍ୟ ବିଜେପି।

Comments are closed.