Odisha Link
Bridging the Missing Links in Odisha

ବିଶାଖା ଏକ୍ସପ୍ରେସରୁ ଅଲଗା ହେଲା ବଗି

ଭୁବନେଶ୍ବର: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିଶାଖା ଏକ୍ସପ୍ରେସ। ଭୁବନେଶ୍ବର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସରୁ କିଛି ବଗି ଅଲଗା ହୋଇଯାଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୂଳ ନିକଟରେ ଘଟିଛି ଏଭଳି ଘଟଣା। ତେବେ ଟ୍ରେନର ଇଞ୍ଜିନ ସହ କିଛି ବଗି ଅଲଗା ଚାଲଥିବା ବେଳେ ଅନ୍ୟ କିଛି ବଗି ଅଲଗା ହୋଇ ଚାଲିଥିଲା।
ଏହାକୁ ନେଇ ଟ୍ରେନରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି। ତେବେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଘଟଣାସ୍ଥଳରେ ରେଲଓ୍ବେ ଅଧିକାରୀ ପହଞ୍ଚିଛନ୍ତି।

Comments are closed.