Odisha Link
Bridging the Missing Links in Odisha

ଦୁର୍ନୀତି: ୬ ଅଧିକାରୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଚାକିରିଆଙ୍କ ଉପରେ ରାଜ୍ୟ ସରକାରଙ୍କ କୋପ ଦୃଷ୍ଟି। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ଆଭିମୁଖ୍ୟ। ଦୁର୍ନୀତିକୁ ବରଦାସ୍ତ କରୁନାହାନ୍ତି ମୁଖ୍ୟମନ୍ତ୍ରୀ। ମୁଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୬ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୫ ଜଣଙ୍କ ପେନସନ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ୧୧ ଜଣଙ୍କ ପେନସନ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ଓ ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ସ୍ଥାୟୀ ଭାବରେ ପେନସନ ବନ୍ଦ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଓଏଏସ ଅଧିକାରୀ । ଏହିସବୁ ଅଧିକାରୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୂଚନାଥାଉକି, ଗତ ଦୁଇ ମାସ ମଧ୍ୟରେ ୪୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।

ବ୍ରହ୍ମପୁର ଏନ ଏଚ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ବୀରାଜ ଲେଙ୍କା , ହାଟଡିହି ବ୍ଲକ୍ ଜଳସଂପଦ ବିଭାଗ ସହକାରୀ ଯନ୍ତ୍ରୀ ସୁଶୀଲ ସେଠୀ, ପାପଡ଼ାହାଣ୍ଡି ବ୍ଲକ୍ ପିଏ ସୁରେଶ ମିଶ୍ର ,ଅନୁଗୁଳ ଫରେଷ୍ଟ ରେଞ୍ଜ ଅଫିସର ହେମନ୍ତ ପଣ୍ଡା , କୁଡୁମୁଲୁଗୁମ୍ମା ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ଦାସ ଏବଂ ଧାନକୁଡ଼ା ବ୍ଲକ୍ ପଞ୍ଚାୟତିରାଜ ବିଭାଗର କନିଷ୍ଠ ଯନ୍ତ୍ରୀ ବୁଦ୍ଧିରାମ ଶୁନିଆନି ପ୍ରମୁଖଙ୍କୁ ବରଖାସ୍ତ କରାଯାଇଛି।

Comments are closed.