Odisha Link
Bridging the Missing Links in Odisha

ଓଡ଼ିଶା ଉପକୂଳକୁ ବାତ୍ୟା ନଛୁଇଁପାରେ: ଏସଆରସି

ଭୁବନେଶ୍ୱର: ଉତ୍ତର ଉତର ଆଣ୍ଡାମାନରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ତାହା ଏବେ ପଶ୍ଚିମ ଉତରପଶ୍ଚିମ ଦିଗରେ ଗତି କରୁଛନ୍ତି। ଏବେ ଏହା ପାରାଦୀପ ଠାରୁ ୯୫୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୧୨ ଘଣ‌୍ଟା ମଧ୍ୟରେ ଏହା ଡିପ ଡିପ୍ରେସନର ରୂପ ନେବା ସହ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବାର ଆଶଙ୍କା ରହିଛି। ପ୍ରଥମେ ଏହା ପଶ୍ଚିମ- ଉତରପଶ୍ଚିମ ଦିଗରେ ଗତି କରିବା ପରେ ଉତର ଉତରପଶ୍ଚିମ ଦିଗରେ ଗତି କରିବ। କିନ୍ତୁ ଓଡ଼ିଶା ଉପକୂଳରେ ବାତ୍ୟାର ଆଶଙ୍କା ରହିଛି କି ନାହିଁ ସେନେଇ ଆଇଏମଡ଼ି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେବେ ଏହାର ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି।

Comments are closed.