Odisha Link
Bridging the Missing Links in Odisha

ଲେଖିଲେ ଭାଉଜ ତମେ ଭାରି ଭଲ, ଲୁଟିଲେ ୬୦ ଲକ୍ଷ

ପାଟନା: ଭାଉଜ ତମେ ଭାରି ଭଲ। ଆପଣ ଭାବୁଥିବେ ଏଭଳି କାହିଁକି କହିଲୁ। ବିଶେଷତଃ ଏଭଳି ଉଚ୍ଚରାଣ ଘରକୁ ନୂଆ ବୋହୁ ଆସିଥିଲେ ଦିଅର ନଣନ୍ଦ ମାନେ କହିଥାନ୍ତି। ହେଲେ ଆଜିକାଲି ଏକଥା ଚୋର ମୋନ ବି କହିଲେଣି। ଭାଉଜ ତୁମେ ଭାରି ଭଲ। ଚୋର ଏଭଳି ବାକ୍ୟ ଭାଉଜଙ୍କ କାନରେ କହିନାହିଁ ବରଂ ଡ୍ରେସିଂ ଟେବୁଲରେ ଥିବା ମିରରରେ ଲେଖିଛି ଏଭଳି ବାକ୍ୟ। ଭାଉଜଙ୍କର ସବୁ ଜିନିଷ ଚୋରି କରିବା ପରେ କାନ୍ଥରେ ଟଙ୍ଗା ହୋଇଥିବା ଫଟୋକୁ ଦେଖି ଏଭଳି ସେ ଲେଖିଛି। ଘରକୁ ଲୁଟ ପାଇଁ ଆସିଥିବା ଚୋରର ମେସେଜରୁ ତଦନ୍ତ ଆରମ୍ଭ କରିଛି ପୁଲିସ୍।

ସୂଚନାଥାଉକି, ପାଟନାର ଜଣେ ବ୍ୟବସାୟୀ ଛଟ ପୁଜା ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କଘରୁ ୬୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ପାଟନାର ପତ୍ରକାର ନଗର ଥାନା ଅନ୍ତର୍ଗତ ହନୁମାନ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ। ଏହି ଦମ୍ପତି ଛଟ୍‌ ପୂଜା ପାଇଁ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ବ୍ୟବସାୟୀଙ୍କ ଘରେ ପଶିଥିଲେ ଲୁଟେରା। ଆଉ ଲୁଟି ଥିଲେ ଆଲମିରା ଭିତରେ ଥିବା ୬୦ ଲକ୍ଷ ଟଙ୍କା। ଲୁଟିବା ପରେ ସେହି ପାଖରେ ଥିବା ଡ୍ରେସିଂ ଟେବୁଲ ଡ୍ରୟରରୁ ବାହା କରିଥିଲେ ଏକ ରେଡ୍‌ କଲରର ଲିପ୍‌ଷ୍ଟିକ। ଆଉ ମିରର୍‌ରେ ଲେଖିଥିଲେ ଭାଉଜ ତମେ ଭାରି ଭଲ। ଭଗବାନ କରନ୍ତୁ ଆପଣଙ୍କର ଘର ଧନଧାନ୍ୟରେ ପୂରି ଉଠୁ। ଆଗାମି ବର୍ଷ ପୁଣି ଆସିବୁ।

ତେବେ ଗାଁରୁ ଫେରିବା ପରେ ବ୍ୟବସାୟୀ ଜଣକ ଏଭଳି କିଛି ତାଙ୍କ ଘରେ ଦେଖିଥିଲେ। ଏହାପରେ ବ୍ୟବସାୟୀ ପତ୍ରକାର ନଗର ଥାନାରେ ଏତଲା ଦେଇଥିଲେ। କୌଣସି ସ୍ଥାନୀୟ ଚୋରଦଳ ଏହି କାଣ୍ଡ ଘଟାଇଥିବା ସଦର ଏଏସପି କିରଣ କୁମାର ଯାଦବ କହିଛନ୍ତି। ତେବେ ଚୋରୀ ଘଟଣା ସାରା ଅଞ୍ଚଳରେ ଯେତିକି ଚର୍ଚ୍ଚା ସୃଷ୍ଟି କରିଛି ଚୋର ଦଳଙ୍କ ଏଭଳି ଲିପଷ୍ଟିକ୍ ମେସେଜ୍ ଅଧିକ ଭାଇରାଲ୍ ହେଉଛି।

Comments are closed.