Odisha Link
Bridging the Missing Links in Odisha

ପତି ପତ୍ନୀ ଔର ୱୋ’ର ଟ୍ରେଲ୍‌ର ରିଲିଜ୍‌

ମୁମ୍ବଇ : ବଲିଉଡ଼ ର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ସିନେମା ‘ପତି ପତ୍ନୀ ଔର ୱୋ’ର ଟ୍ରେଲ୍‌ର ରିଲିଜ୍‌ ହୋଇଛି । ସିନେମାରେ ପତ୍ନୀ ଚରିତ୍ରରେ ଭୂମି ଓ ୱୋ ଚରିତ୍ରରେ ଅନନ୍ୟାଙ୍କୁ ଦେଖିବାକୁ ମିଳିବ। କାର୍ତ୍ତିକଙ୍କୁ ସିନେମାରେ ଜଣେ ସାଧାରଣ ଲୋକ ବେଶରେ ଦେଖିବାକୁ ମିଳିଛି । ସିନେମାଟି ୧୯୭୮ ମସିହାର ‘ପତି ପତ୍ନୀ ଔର ୱୋ’ର ରିମେକ ଭର୍ସନ । ସଞ୍ଜୀବ କପୁର, ଋଷି କପୁର ,ବିଦ୍ୟା ସିହ୍ନା, ରଞ୍ଜିତା କୌର୍‌, ନିତୁ ସିଂହ ଓ ପରବିନ ବାବି ଆଦି ନଜର ଆସିଥିଲେ ।
ପୂର୍ବରୁ ଏହି ସିନେମା ଗୁଡ଼ାଏ ଫଟୋ ଇଣ୍ଟର୍‌ନେଟ୍‌ରେ ଦେଖିବାକୁ ମିଳିଛି। ରିଲିଜ୍‌ ହୋଇଥିବା ଟ୍ରେଲ୍‌ର ଦେଖି ଚଳଚ୍ଚିତ୍ରଟି କିପରି ହୋଇଥିବ ଅନୁମାନ ଲଗାଯାଉଛି। ଟ୍ରେଲ୍‌ର ଦେଖିବା ପରେ ସିନେମାଟି ପରକୀୟା ପ୍ରୀତି ଉପରେ ଆଧାରିତ ବୋଲି ଜଣାପଡ଼ିଛି। ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଏହି ସିନେମାଟି। ସିନେମାର ଦୁଇ ଜଣ ଯାକ ନାୟିକା ବେଶ୍‌ ସୁନ୍ଦର ଦିଶୁଛନ୍ତି। ସିନେମାଟି ମୁଦାସର ଅଜିଜ୍‌ ନିର୍ଦ୍ଦେଶନା ଦେଇଛନ୍ତି ଓ ୬ ଡିସେମ୍ବରରେ ସିନେମାଟି ପରଦାକୁ ଆସିବ ।

Comments are closed.