Odisha Link
Bridging the Missing Links in Odisha

ପୋଖରୀରୁ ଉଦ୍ଧାର ହେଲା ୪ବର୍ଷ ଶିଶୁର ମୃତଦେହ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଖିଡିକିଦ୍ବାର ସାହିରେ ଗତକାଲିଠାରୁ ନିଖୋଜ ଥିବା ୪ବର୍ଷର ଶିଶୁର ମୃତଦେହ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି।
ସୂଚନା ଅନୁସାରେ ଗତକାଲି ଦିନବେଳେ ଜିତେନ୍ଦ୍ର ନାଏକଙ୍କ ଚାରି ବର୍ଷର ପୁଅ ଦିବ୍ୟାଙ୍କର ନାଏକ ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ବହୁ ଖୋଜା ଖୋଜି ପରେ ଦିବ୍ୟାଙ୍କରକୁ ନପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଆଜି ସକାଳୁ ଖୋଜା ଖୋଜି ଚାଲିଥିବା ବେଳେ ହଠାତ୍ ନିକଟସ୍ଥ ପୋଖରୀରେ ମୃତଦେହଟି ଭାସୁଥିବା ସାହି ଲୋକେ ଦେଖିଥିଲେ। ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.