Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଆରଏସ୍‌ଏସ୍‌ ମୁଖ୍ୟଙ୍କୁ ଚିଠି ଲେଖିଲା ଶିବସେନା, କହିଲା ଗଡ଼କରୀ..

ମୁମ୍ବାଇ: ଦିନକୁ ଦିନ ନୂଆ ମୋଡ଼ ନେଉଛି ମହାରାଷ୍ଟ୍ର ରାଜନୀତି। କେତେବେଳେ ବାକ୍‌ ଯୁଦ୍ଧ ରାଜନୀତି ତ ଆଉ କେତେବେଳେ ଭେଟା ଭେଟି ରାଜନୀତି। ନିର୍ବାଚନ ଫଳ ସାମ୍ନାକୁ ଆସିବାରେ ଇତିମଧ୍ୟରେ ୨ ସପ୍ତାହ ବିତିଯାଇଥିବାବେଳେ ପ୍ରତିଦିନ ନୂଆ ମୋଡ଼ ନେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି।

ବିଜେପିର ସହଯୋଗୀ ଦଳ ଶିବସେନା ବିଜେପିକୁ ଏପର୍ଯ୍ୟନ୍ତ ଅଡ଼ୁଆରେ ପକାଇ ଆସିଥିବା ବେଳେ ଆଜି ଅଳ୍ପମାତ୍ରାରେ ନରମିଛି। ମଙ୍ଗଳବାର ଶିବସେନା ପକ୍ଷରୁ କୁହାଯାଇଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କେବଳ ତାଙ୍କ ଦଳରୁ ହେବେ। ମାତ୍ର ପରେ କୁହାଯାଇଛି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ୍‌ ଗଡ଼କରୀ ସମାଧାନର ସୂତ୍ର ବାହାର କରିପାରିବେ। ମାତ୍ର ୨ ଘଣ୍ଟାରେ ସମାଧାନ ହୋଇଯିବ ବୋଲି ଶିବସେନା ପକ୍ଷରୁ କୁହାଯାଇଛି।

ଶିବସେନା ନେତା କିଶୋର ତିୱାରୀ କହିଛନ୍ତି, “ମୁଁ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗୱତଙ୍କୁ ଚିଠି ଲେଖିଛି। ସେ ହସ୍ତକ୍ଷେପ କରିବାକୁ ଏବଂ ଏହି ବିବାଦର ସମାଧାନ କରାଇବାକୁ ଗଡ଼କରୀଙ୍କୁ ପଠାଇବାକୁ କହିଛି। ନୀତୀନ୍‌ ଗଡ଼କରୀ ୨ ଘଣ୍ଟାରେ ସମାଧାନ କରିଦେବେ।” କିନ୍ତୁ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଆମ ଦଳରୁ ହିଁ ମୁଖ୍ୟମନ୍ତ୍ରୀ ହେବେ। ମହାରାଷ୍ଟ୍ର ବାବଦରେ ନିଷ୍ପତ୍ତି କେବଳ ମହାରାଷ୍ଟ୍ରରେ ହିଁ ହେବେ।

Comments are closed.