Odisha Link
Bridging the Missing Links in Odisha

ବ୍ରଜରାଜନଗରରେ ପୋଲିସର ଏନ୍‌କାଉଣ୍ଟର

ଝାରସୁଗୁଡା: ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ୪ ଅପରାଧୀ ଗୁରୁତର ହୋଇଛନ୍ତି। ଗୁଳିକାଣ୍ଡ ପରେ ପୋଲିସ ବ୍ରଜରାଜନଗରକୁ ଚାରିଆଡୁ ସିଲ୍ କରିଦେଇଥିବା ବେଳେ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହିତ ମୁଁହାମୁହିଁ ହୋଇଥିଲେ।
ପୋଲିସ ଉପରକୁ ଅଭିଯୁକ୍ତମାନେ ଗୁଳି ଚଳାଇଥିଲେ। ଗୁଳି ବିନିମୟରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଅନ୍ୟପଟେ ପୋଲିସର ପାଲଟା ଗୁଳି ମାଡରେ ଅଭିଯୁକ୍ତମାନେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଘଟଣାରେ ଚାରି ଜଣ ସାମିଲ ଥିବା ବେଳେ ସମସ୍ତଙ୍କୁ ପୋଲିସ ଗିରଫ କରିଛି। ଚାରି ଅଭିଯୁକ୍ତ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର, ନିକି ସିଂ, ରଫିକ ଅନସାରୀ। ଗତକାଲି ରାତିରେ ଖସି ପଳାଉଥିବାବେଳେ ରାଜପୁର ନିକଟସ୍ଥ ମଧୁପୁର ଜଙ୍ଗଲ ପୋଲିସ ସହ ମୁଁହାମୁହିଁ ହୋଇଥିଲେ। ଏଥିରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୁଡାମଣି ମହାନନ୍ଦ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅପରାଧୀଙ୍କ ବାଇକ୍ ଓ ବନ୍ଧୁକ ପଡି ରହିଛି। ସମସ୍ତ ଅଭିଯୁକ୍ତଙ୍କୁ କଡା ସୁରକ୍ଷା ବଳୟରେ ବର୍ତ୍ତମାନ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।

Comments are closed.