Odisha Link
Bridging the Missing Links in Odisha

ଠିକାଦାରଙ୍କୁ ଗୁଳିମାଡ଼ ଘଟଣା: ୨ ଅଭିଯୁକ୍ତଙ୍କୁ ଧରି ଛେଚିଲେ ଗ୍ରାମବାସୀ

କୋଣାର୍କ: କୋଣାର୍କ ଗୋପ ଥାନା ସୁବର୍ଣ୍ଣପୁରରେ ଠିକାଦାରଙ୍କୁ ଗୁଳିମାଡ। ମର୍ଣ୍ଣିଂୱାକ୍ ସାରି ଫେରିବା ସମୟରେ ଠିକାଦାର ଉମାକାନ୍ତ ସାହୁଙ୍କୁ ନିଜ ଘର ଆଗରେ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ। ତାଙ୍କ ବାଇକ୍ ମଧ୍ୟ ଜାଳିଦେଇଛନ୍ତି। ଗୁଳିମାଡ ବେଳେ ସ୍ଥାନୀୟ ଲୋକେ ଦେଖି ୨ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ନିସ୍ତୁକ ମାଡ ମାରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ସେପଟେ ଉମାକାନ୍ତଙ୍କ ୨ ଗୋଡରେ ୨ଟି ଗୁଳି ଓ ପେଟରେ ଗୁଳି ବାଜିଛି। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନି। ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Comments are closed.