Odisha Link
Bridging the Missing Links in Odisha

ବଲାଙ୍ଗିର ମେଡିକାଲରେ 5-T ସଚିବ, କର୍ତ୍ତୃପକ୍ଷଙ୍କୁ ତାଗିଦ୍‌

ବଲାଙ୍ଗିର: ବଲାଙ୍ଗିର ଗସ୍ତରେ 5-T ସଚିବ ଭିକେ ପାଣ୍ଡିଆନ୍। ଗତକାଲି କଟକ ଏସ୍‌ସିବି ମେଡିକାଲ ପରେ ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ ପରିଦର୍ଶନ କରିଛନ୍ତି ସଚିବ ପାଣ୍ଡିଆନ୍। ସ୍ୱତନ୍ତ୍ର ହେଲିକପ୍‌ଟରରେ ଯାଇ ବଲାଙ୍ଗିର ତୁଷୁରା ଏୟାର ଷ୍ଟ୍ରିପ୍‌ରେ ଅବତରଣ କରିଥିଲେ 5-T ସଚିବ ଭି.କେ. ପାଣ୍ଡିଆନ। ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ପହଞ୍ଚି ବିଭିନ୍ନ ଓ୍ୱାର୍ଡ ବୁଲିଥିଲେ।

ହସ୍ପିଟାଲ୍‌ର ଏମ୍‌ସିଏଚ୍‌ କୋଠା, ସେନ୍‌ସର ଓ୍ବାର୍ଡ, ମେଡିସିନ୍‌ ଓ୍ବାର୍ଡ ବୁଲି ଦେଖିଥିଲେ। ରୋଗୀଙ୍କ ସହ ସ୍ବାସ୍ଥ୍ୟସେବା ନେଇ ଆଲୋଚନା କରିଥିଲେ। ରୋଗୀଙ୍କୁ ସରକାରୀ ସୁବିଧା ଠିକ୍‌ ଭାବେ ମିଳୁଛି କି ନାହିଁ ସେ ନେଇ ପଚାରି ବୁଝିଥିଲେ। ମେଡିକାଲ କଲେଜରେ ଅବ୍ୟବସ୍ଥା ନେଇ ଭି.କେ. ପାଣ୍ଡିଆନ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରିମଳ ଅବ୍ୟବସ୍ଥା ନେଇ ସେ ହସ୍ବିପିଟାଲର କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଛନ୍ତି।

5-T ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ଡିଆଇଜି ହିମାଂଶୁ ଲାଲ୍‌ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିଥିଲେ।

Comments are closed.