Odisha Link
Bridging the Missing Links in Odisha

ଓଲଟିଲା ଗୋରୁ ବୋଝେଇ ପିକ ଅପ ଭ୍ୟାନ

ଭଦ୍ରକ: ଭଦ୍ରକ ଚିଙ୍ଗୁଡ଼ିପୁର ନିକଟରେ ଶୁକ୍ରବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ପ୍ରାୟ ୩୦ରୁ ଅଧିକ ଗୋରୁ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉକ୍ତ ଗୋରୁ ବୋଝେଇ ଟ୍ରକରେ ରାଜ୍ୟ ବାହାରକୁ ଗୋରୁ ଚାଲାଣ ହେଉଥିଲା। ଦୁର୍ଘଟଣା ପରେ ଗାଡ଼ିରେ ଥିବା ସମସ୍ତ ବ୍ୟକ୍ତି ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ସେଠାରେ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ଗୋରୁଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Comments are closed.