ଗୁରୁନାନକ ଜୟନ୍ତୀରେ ଯୋଗଦେବେ ବାଚସ୍ପତି

ଭୁବନେଶ୍ବର: ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ସେ ଅମୃତସର ଯିବା ସହିତ ୧୧ ତାରିଖ ଦିନ ପଞ୍ଜାବର ସୁଲତାନ ପୁର ଲୋଧି (କପୁରତାଲା)ରେ ପହଞ୍ଚିବେ। ସେଠାରେ ସେ ଗୁରୁନାନକଙ୍କ ଜନ୍ମବାର୍ଷିକୀରେ ଯୋଗଦାନ କରିବେ। ବାଚସ୍ପତି ଡ. ପାତ୍ର ୧୨ ତାରିଖ ଦିନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ରହିଛି ।