Odisha Link
Bridging the Missing Links in Odisha

ଏମାର ମଠ ଟ୍ରଷ୍ଟ ବୋର୍ଡକୁ ଅନୁମୋଦନ, ମିଳିପାରେ ପରିଚାଳନା ଦାୟିତ୍ବ

ପୁରୀ: ବହୁ ଚର୍ଚ୍ଚିତ ଏମାର ମଠ ପାଇଁ ଜଠନ ହୋଇଛି ଟ୍ରଷ୍ଟ ବୋର୍ଡ। ୫ ଜଣ ସଦସ୍ୟ ଥିବା ଏହି ବୋର୍ଡର ଟ୍ରଷ୍ଟି ରହିଛନ୍ତି ଝାଞ୍ଜପିଟା ମଠ ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ। ଦେବୋଦତ୍ତର କମିଶନଙ୍କ ଠାରୁ ମଧ୍ୟ ଟ୍ରଷ୍ଟ ବୋର୍ଡକୁ ଅନୁମତି ମିଳିଥିବା ଜଣାପଡିଛି। ଫଳରେ ଏହି ବୋର୍ଡକୁ ମଠ ପରିଚାଳନା ଦାୟିତ୍ବ ମିଳିପାରେ ବୋଲି ଶୁଣିବାକୁ ମିଳିଛି। ବୋର୍ଡକୁ ଯଦି ପରିଚାଳନା କମିଟି ଦାୟିତ୍ବ ମିଳେ ତେବେ ଏମାର ମଠ ମହନ୍ତଙ୍କ ଭୂମିକା କଣ ହେବ ତାହାକୁ ନେଇ ଏବେଚର୍ଚ୍ଚା ତାଲିଛି। ଏମାର ମଠରୁ ରୂପା ଇଟା ଚୋରି ହେବା ପରେ ମହନ୍ତଙ୍କୁ ଦେବୋତ୍ତର ବିଭାଗ ନିଲମ୍ବିତ କିରିଥିଲା। ଏହି ନିଲମ୍ବନ ପରେ ଏକ କମିଟି ଦାୟିତ୍ବ ନେଇଥିଲା। ମାତ୍ର ମହନ୍ତ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲା। କିନ୍ତୁ ମଠ ପରିଚାଳନା ପାଇଁ ଦେବୋଦତ୍ତର ବିଭାଗ ଟ୍ରଷ୍ଟ ବୋର୍ଡ ଗଠନ ଲାଗି ପଦକ୍ଷେପ ନେଇଥିଲା।

ଏଥିନିମନ୍ତେ କିଛି ଦିନ ତଳେ ଏମାର ମଠ ପରିସରରେ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ, ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସମେତ ୫ ଜଣ ସଦସ୍ୟଙ୍କୁ ନେଇ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଥିଲା। ଏହି ବୋର୍ଡକୁ ଦେବୋତ୍ତର ବିଭାଗ ଅନୁମୋଦନ କରିଛି। ଫଳରେ ଟ୍ରଷ୍ଟ ବୋର୍ଡକୁ ମଠ ପରିଚାଳନା ଦାରୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ସମ୍ପର୍କରେ ଟ୍ରଷ୍ଟି ବାବା ସଚ୍ଚିଦାନନ୍ଦ କହିଛନ୍ତି, ଦେବୋଦତ୍ତର କମିଶନ ବୋର୍ଡକୁ ଅନୁମୋଦନ କରିଛନ୍ତି। ଏହି ସମ୍ପର୍କିତ ଚିଠି ମୋର ହସ୍ତଗତ ହୋଇଅଛି। ତେବେ ବୋର୍ଡକୁ ପରିଚାଳନା ଦାୟିତ୍ବ କିମ୍ବା ଅନ୍ୟ କଣ ଦାୟିତ୍ବ ଦେବେ ତାହା କିଛି ସ୍ପଷ୍ଟ ହୋଇନାହିଁ। ଯାହା ଦାୟିତ୍ବ ଦେବେ ତାହାକୁ ସୁଚାରୁ ରୂପେ ସମ୍ପାଦନ କରାଯିବ।

Comments are closed.