Odisha Link
Bridging the Missing Links in Odisha

କଂଗ୍ରେସ କମ୍ପାଇବ ବିଧାନସଭା: ନିରସିଂହ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ଦିନ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନ ଅଧିବେଶନ ପୂର୍ବରୁ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଏନେଇ କଂଗ୍ରେସର ବରିଷ୍ଠ ନେତା ନିରସିଂହ ମିଶ୍ର କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟରେ ବଲାଙ୍ଗିର ସମେତ ବହୁ ଜିଲ୍ଲାକୁ ସହାୟତା ମିଳିନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିରୋଧୀ ଦଳ ବିରୋଧରେ ପୁଲିସ ପ୍ରଶାସନକୁ ବ୍ୟବହାର କରାଯାଉଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜାଣିଶୁଣି ରାଜ୍ୟ ସରକାର ଘଣ୍ଟ ଘୋଡ଼ାଉଛନ୍ତି। ଏହି ସବୁ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାନସଭାକୁ କମ୍ପାଇବ। ଏହାଛଡ଼ା ୫-ଟିର କାର୍ଯ୍ୟକାରିତାକୁ ନେଇ ମଧ୍ୟ ବିଧାନସଭାରେ ପ୍ରସଙ୍ଗ ଉଠିବ। ଆସନ୍ତାକାଲି ଦଳର ବିଧାୟକ ଦଳ ବୈଠକରେ ବିସ୍ତୃତ ବିବରଣୀ ପ୍ରସ୍ତୁତ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Comments are closed.