Odisha Link
Bridging the Missing Links in Odisha

ସଚିନଙ୍କୁ ପଛରେ ପକାଇଲେ ସେଫାଳି

ସେଣ୍ଟଲୁସିଆ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୩୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ୧୫ ବର୍ଷୀୟା ଶେଫାଳି ବର୍ମା। ସେ ଦେଶର ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ବିପକ୍ଷ ମ୍ୟାଚ୍‌ରେ ସିରିଜ୍‌ର ପ୍ରଥମ ଟି୨୦ ମ୍ୟାଚ୍‌ରେ ଶେଫାଳି ୪୯ ବଲରେ ୭୩ ରନ୍‌ କରିଥିଲେ। ତାଙ୍କର ଏଭଳି ଇନିଂସ ଯୋଗୁ ଭାରତୀୟ ଦଳ ୮୪ ରନ୍‌ରେ ମ୍ୟାଚ୍‌କୁ ଜିତି ନେଇଛି ଏବଂ ଶେଫାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

କ୍ୟାରିୟରର ୫ମ ଟି୨୦ ମ୍ୟାଚ୍‌ ଖେଳୁଥିବା ଶେଫାଳି ଆରମ୍ଭରୁ ଆଟାକିଂ ଖେଳି ୬ ଚୌକା ଓ ୪ ଛକା ଲଗାଇଥିଲା। ସେ ୧୫ ବର୍ଷ ୨୮୫ ଦିନ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରି ସଚିନଙ୍କୁ ପଛରେ ପକାଇଛନ୍ତି। ୧୯୮୯ରେ ସଚିନ ୧୬ ବର୍ଷ ୨୧୪ ଦିନ ବୟସରେ କ୍ୟାରିୟରର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ରବିବାର ସମାନ ଭେନ୍ୟୁରେ ଦ୍ବିତୀୟ ଟି୨୦ ଖେଳାଯିବ।

Comments are closed.