Odisha Link
Bridging the Missing Links in Odisha

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏନ୍. ଶେନାଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି ଚର୍ଚ୍ଚିତ ହୋଇଥିବା ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏନ୍. ଶେନାଙ୍କର ରବିବାର ଦିନ ଚେନ୍ନାଇ ଠାରେ ହୃଦ୍‌ଘାତରେ ପରଲୋକ ଘଟିଛି। ୧୦ମ ମୁଖ୍ୟ ନିର୍ବାଚନ ମିଶନର ଭାବେ ସେ ୧୯୯୦ ଡିସେମ୍ବର ୧୨ରୁ ୧୯୯୬ ଡିସେମ୍ବର ୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ମୃତ୍ୟୁବେଳେ ତାଙ୍କୁ ୭୮ ବର୍ଷ ହୋଇଥିଲା। ତାଙ୍କ ସମୟରେ ପ୍ରଥମ ଥର ପାଇଁ ଭୋଟର ପରିଚୟ ପତ୍ର କାର୍ଯ୍ୟକାରୀ ହୋଇଥିଲା। ନିର୍ବାଚନ ଆଚରଣ ବିଧିକୁ କଡାକଡି ଲାଗୁ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କର କଠୋର କାର୍ଯ୍ୟାନୁଷ୍ଠାନ ରାଜନେତାଙ୍କୁ ଆଇନ୍‌ ମାନିବାକୁ ବାଧ୍ୟ କରିଥିଲା। ଜଣେ ରାଜ୍ୟପାଳ ତାଙ୍କ ପୁୃଅ ପାଇଁ ପ୍ରଚାର କରିବାରୁ ମଧ୍ୟପ୍ରଦେଶର ଏକ ଆସନରେ ନିର୍ବାଚନକୁ ସ୍ଥଗିତ କରିଥିଲେ ଶେଷାନ। ଫଳରେ ଉକ୍ତ ରାଜ୍ୟପାଳ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ୧୯୫୫ ବ୍ୟାଚ୍ ତାମିଲନାଡୁ କ୍ୟାଡ୍‌ର ଆଇଏଏସ୍‌ ଅଫିସର ଶେଷାନ ନିର୍ବାଚନ କମିଶନ ହେବା ପୂର୍ବରୁ କ୍ୟାବିନେଟ୍‌ ସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୯୬ରେ ତାଙ୍କୁ ରମନ ମାଗାସେ ପୁରସ୍କାର ମିଳିଥିଲା। କେରଳର ପାଲାକ୍କଡ ଜିଲ୍ଲା ତିରୁନାଲାଇରେ ସେ ୧୯୩୨ରେ ଜନ୍ମ ଗ୍ରହଣ କରିଥିଲେ।

Comments are closed.