Odisha Link
Bridging the Missing Links in Odisha

ଲିମକା ରେକର୍ଡରେ ସ୍ଥାନ ପାଇବ ଜଗା- ବଳିଆଙ୍କ ଅପରେସନ୍

ଭୁବନେଶ୍ବର: ଜଗା- ବଳିଆ ସ୍ଥାନ ପାଇବେ ଲିମକା ବୁକ ଅଫ ରେକର୍ଡରେ। ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅପରେସନ ଲିମକା ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର।

ଆସନ୍ତା ବର୍ଷ ଅର୍ଥାତ ୨୦୨୦ରୁ ବିଧିବଦ୍ଧ ଭାବେ ଲିମକା ବୁକରେ ଏହି ବିରଳ ଅପରେସନ ସ୍ଥାନ ପାଇବ। ତେବେ ଗତକାଲି ଏମସ ଡାକ୍ତର ଦୀପକ ଗୁପ୍ତାଙ୍କୁ ଲିମକା ତରଫରୁ ଏହି ଖୁସି ଖବର ଦିଆଯିବା ପରେ ସେ ଡା. ମହାପାତ୍ରଙ୍କୁ ଜଣାଇଥିଲେ। ତେବେ ଏହି ସଫଳତା ସାରା ଓଡିଶାବାସୀଙ୍କର, ଏ ସଫଳତା ସେହିମାନଙ୍କର ଯେଉଁମାନେ ଜଗନ୍ନାଥଙ୍କ ପାଖରେ ଦୀପ ଜାଳି ଜଗା ବଳିଆଙ୍କ ପାଇଁ ପ୍ରାର୍ଥନା କରିଥିଲେ ବୋଲି ଡା. ଅଶୋକ କହିଛନ୍ତି।

ଜଗା-ବଳିଆଙ୍କ ଅପରେସନ କିଭଳି ଥିଲା:
ତେବେ ୨୦୧୭ ଅଗଷ୍ଟ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଓ ଅକ୍ଟୋବର ୨୫ରେ ୨ୟ ପର୍ଯ୍ୟାୟ ଅପରେସନ ହୋଇଥିଲା। ତତ୍କାଳୀନ ଦିଲ୍ଲୀ ଏମସ ନ୍ୟୁରୋସର୍ଜରୀ ମୁଖ୍ୟ ଡା. ଅଶୋକ ମହାପାତ୍ର ଓ ଡାକ୍ତର ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ୧୨୫ ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ଏହି ଜଟିଳ ଅପରେସନ କରିଥିଲେ । ଗୋଟିଏ ପଟେ ଦୀର୍ଘ ୨୫ ଘଣ୍ଟା ଧରି ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ଅପରେସନ ଚାଲିଥିବା ବେଳେ ଅନ୍ୟପଟେ ସେମାନଙ୍କ ପାଇଁ ଜଗନ୍ନାଥଙ୍କ ପାଖରେ ସାରା ଓଡିଶା କରିଥିଲା ପ୍ରାର୍ଥନା। ଆଉ ପୂରା ଟିମର ସେ ଉଦ୍ୟମକୁ, ସେ ସାହସକୁ ସ୍ଥାନ ଦେଇଛି ଲିମକା ବୁକ ଅଫ ରେକର୍ଡ।

Comments are closed.