Odisha Link
Bridging the Missing Links in Odisha

ଗଛରୁ ଝୁଲନ୍ତା ମୄତଦେହ ଉଦ୍ଧାର

ପାରାଦୀପ: ପାରାଦୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ ଥିବା ସିଦ୍ଧେଶ୍ବର ମନ୍ଦିର ନିକଟରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୄତଦେହ ଉଦ୍ଧାର କରାଯାଇଛି। ତେବେ ମୄତକର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଆଜି ସକାଳୁ ନିମିଢି ଗ୍ରାମର କିଛି ଲୋକେ ପୂଜା କରିବା ପାଇଁ ମନ୍ଦିର କୁ ଯାଇଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଘଟଣା ସ୍ଥଳରେ ପାରାଦୀପ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.