Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟିଲା ସିମ୍‌ଲା ଲଙ୍କା ବୋଝେଇ ଟ୍ରକ୍

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ମାଣିକପଥର ଗ୍ରାମ ବିଲରେ ଓଲଟିଲା ଟ୍ରକ୍। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ହେଲପର ଫେରାର ହୋଇଯାଇଛନ୍ତି। ସିଜି୦୭ବି୧୧୪୫୧ ଟ୍ରକଟି ବରଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଟ୍ରକ୍ ରେ ସିମଲା ଲଙ୍କା ବୋଝେଇ ହୋଇ ଆସିଥିଲା। ମାତ୍ର କେଉଁଠାରୁ ସିମଲା ଲଙ୍କା ବୋଝେଇ ହୋଇ ଆସିଥିଲା ଏବଂ କେଉଁ ଜାଗାକୁ ଯିବାର ଥିଲା ତାହା ସ୍ପଷ୍ଟ ଜଣାପଡିନାହିଁ। ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.