Odisha Link
Bridging the Missing Links in Odisha

ଜେଏନୟୁରେ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗାରୁଜା

ନୂଆଦିଲ୍ଲୀ: ନୂଆ ରୂପ ନେଲା ଜେଏନ୍‌ୟୁରେ ଲାଗି ରହିଥିବା ଫି’ ବିବାଦ। ଏହି ବିବାଦ ଥମିବାର ନା ନେଉନି। କିଛି ଅସାମାଜିକ ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ଭାରତୀୟ ଯୁବ ସମାଜର ଆଦର୍ଶ କୁହାଯାଉଥିବା ବିବେକାନନ୍ଦଙ୍କର ମୂର୍ତ୍ତି ଭଙ୍ଗାଯିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହି ମୂର୍ତ୍ତି ଉପରକୁ ଇଟା ପଥର ମାଡ଼ କରିବା ସହ ଏହା ଚାରିପଟେ ଆପତ୍ତିଜନକ ଲେଖା ସବୁ ଲେଖାଯାଇଛି।

ଏହା ପୂର୍ବରୁ ଫି’ ବୃଦ୍ଧିକୁ ନେଇ କୁଳପତି ଜଗଦୀଶ କୁମାରଙ୍କ ନାମରେ ପୁରା କ୍ୟାମ୍ପସ୍‌ ବିଭିନ୍ନ ସ୍ଥାନରେ ନାରା ବାଜି ସହ ସ୍ଲୋଗାନ୍‌ ଲେଖାଯାଇଥିଲା। ଫି’ ପାଇଁ ଜାରି ନିର୍ଦ୍ଦେଶ ପ୍ରତ୍ୟାହାର ସହ ନୂଆ ପରିମାଣର ଫି’ ଲାଗୁ ହୋଇଥିଲେ ହେଁ ଏହି ବିବାଦ ଥମୁନାହିଁ। ଏହି ନିୟମରେ ଡ୍ରେସ୍‌କୋଡ୍‌ ଏବଂ ଅନ୍ୟମାନଙ୍କ ଯିବା ଆସିବା ଆଦିରେ କଟକଣା ଲଗାଯାଇଥିଲା।

Comments are closed.