ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ସମ୍ବଲପୁର: ସମ୍ବଲପୁର ସହରର ମୁଦିପଡାରେ ତିନି ଦିନ ହେଲା ବନ୍ଦ ପଡିଥିବା ଏକ ଘରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି ପୋଲିସ। ଏହି ଭଡା ଘରେ ବାହାରପଟୁ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘରେ ରହୁଥିବା ଲୋକଙ୍କୁ ସ୍ଥାନୀୟ ଲୋକେ କିଛି ଦିନ ହେଲା ଦେଖିନଥିବା କହିଥିଲେ। ଏପରିକି ଦୁର୍ଗନ୍ଧ ବାହାରିବା କାରଣରୁ ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା।
ଗତକାଲି ରାତିରେ ପୋଲିସ ଏହି ଖବର ପାଇଥିବା ବେଳେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଘର ଖୋଲାଯାଇଥିଲା। ଏବଂ ଏହି ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଏହି ଘରେ ଶ୍ରମିକ ଦମ୍ପତି ଏବଂ ତାଙ୍କର ୪ବର୍ଷର ଶିଶୁ ରହୁଥିଲେ। ତେବେ ୪ବର୍ଷର ଶିଶୁକୁ ନେଇ ବାପା ଫେରାର ହୋଇଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ରାତିରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତାପରେ ଘରେ ବାହାରପଟୁ ତାଲା ପଡିଥିବା ଦେଖିବାକୁ ମିଳିଥିଲା।