Odisha Link
Bridging the Missing Links in Odisha

ଗାନ୍ଧିଜୀଙ୍କ ସମ୍ପର୍କରେ ସରକାର ଭୁଲ ତଥ୍ୟ ଦେଇଛନ୍ତି: ନରସିଂହ

ଭୁବନେଶ୍ଵର: ବିଧାନସଭା ଆରମ୍ଭ ହେବାର ଦୁଇଦିନ ପରେ ଶୁକ୍ରବାର ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିଛି। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି। ଓଡ଼ିଶା ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରକାଶ କରିଛନ୍ତି। ଗାନ୍ଧିଜୀଙ୍କୁ ନାଥୁରାମ ଗୋଡ୍‌ସେ ହତ୍ୟା କରିଥିଲେ ହେଁ ଓଡ଼ିଶା ସରକାରଙ୍କ ଏକ ଲିଫଲେଟରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଥିଲା ବୋଲି ଉଲ୍ଲେଖ ହୋଇଛି। ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାର ତଦନ୍ତ ପାଇଁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବାବେଳେ କଂଗ୍ରେସ ଆଜି ବିଧାନସଭା ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇଛି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ।
ଅନ୍ୟପଟେ ପ୍ରଶ୍ନକାଳ ଆରମ୍ଭରୁ ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାରେ ବିଜେପି ସଦସ୍ୟମାନେ ମୁହଁରେ କଳାପଟି ବାନ୍ଧି ନିଜ ନିଜ ଆସନରେ ଛିଡ଼ା ହୋଇ ନୀରବ ପ୍ରତିବାଦ କରିଥିଲେ। ପରେ ବାଚସ୍ପତି ସଦସ୍ୟମାନଙ୍କୁ ବସିଯିବାକୁ କହିବାରୁ ସେମାନେ ବସିଥିଲେ। କିନ୍ତୁ ମୁହଁରୁ କଳାପଟି କାଢ଼ି ନ ଥିଲେ। ବାଚସ୍ପତି ପୁଣି ଥରେ ସମସ୍ତ ସଦସ୍ୟଙ୍କୁ ମୁହଁରୁ କଳାପଟି ବାହାର କରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପରେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ କଥା ମାନି ଗୃହକାର୍ଯ୍ୟରେ ସହଯୋଗ କରିଥିଲେ।

Comments are closed.