ସର୍ବକନିଷ୍ଠ ଆ.ଇ.ପି.ଏସ୍. ଅଧିକାରୀ ରୂପେ ଯୋଗଦେଲେ ଏସ୍ ଶୁଶ୍ରୀ

ଭୁବନେଶ୍ବର: ସବୁଠାରୁ କମ ବୟସ୍କା ଆ.ଇ.ପି.ଏସ୍. ଅଧିକାରୀ ରୂପେ ଏସ୍ ଶୁଶ୍ରୀ ଏହି ସପ୍ତାହରେ ଓଡିଶା କ୍ୟାଡରରେ ଯୋଗ ଦେଇଛନ୍ତି। ୨୩ ବର୍ଷୀୟା ଶୁଶ୍ରୀ ୨୦୧୭ରେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଡରାଡୁନ ଏବଂ ହାଇଦ୍ରାବାଦର ନେସ୍ନାଲ ପୁଲିସ ଆକାଡେମୀରେ ଟ୍ରେନିଂ ନେବା ପରେ ଚଳିତବର୍ଷ ୧୧ ନଭେମ୍ବରରେ ଓଡିଶା କ୍ୟାଡରରେ ଯୋଗ ଦେଇଛନ୍ତି। ଅବସର ପ୍ରାପ୍ତ ସି.ଆର୍.ପି.ଏଫ୍ କର୍ମଚାରୀଙ୍କ ଝିଅ ଏସ୍ ଶୁଶ୍ରୀ ବିନା କୋଚିଙ୍ଗରେ ପ୍ରଥମ ପ୍ରୟାସରେ ହିଁ ଦେଶରେ ୧୫୧ ର୍ୟାଙ୍କ୍ ହାସଲ କରିଥିଲେ।
ଭୁବନେଶ୍ବରରେ ଯୋଗ ଦେବା ପରେ ଏବେ ସେ ୮ ମାସ ଟ୍ରେନିଂରେ ରହିବେ ଏବଂ ଟ୍ରେନିଂ ପରେ ତାଙ୍କୁ ଏ.ଏସ୍.ପି ରୂପେ ନିଯୁକ୍ତି ଦିଆଯିବ। ଆ.ଇ.ପି.ଏସ୍. ଏସ୍ ଶୁଶ୍ରୀଙ୍କ ପିତା ପି.ଟି ସୁନୀଲ କୁମାର ନିଜ ଝିଅକୁ ସିଭିଲ୍ ସର୍ଭିସ ରେ ଉତ୍ତୀର୍ଣ୍ଣ କରିବା ନିମନ୍ତେ ସରକାରୀ ଜାିରୀରୁ ସେଛ୍ବାକୃତ ରୂପେ ଅବସର ନେଇଛନ୍ତି।