Odisha Link
Bridging the Missing Links in Odisha

ମିଗ୍-୨୯କେ ବିମାନ ଦୁର୍ଘଟଣା

ଗୋଆ: ଗୋଆରେ ଆଜି ଭାରତୀୟ ବାୟୁ ସେନାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଗ୍ ୨୯କେ ଯୁଦ୍ଧ ବିମାନ ପ୍ରଶିକ୍ଷଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଥିବା ଦୁଇ ଜଣ ପାଇଲଟ୍ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି।
ଗୋଆ ଦାବୋଲିମର ଏକ ଘାଟିରୁ ଏହି ଯୁଦ୍ଧ ବିମାନ ପ୍ରଶିକ୍ଷଣ ପାଇଁ ଉଡାଣ ଭରିଥିଲା। ଅଳ୍ପ କିଛି ଦୂର ଯିବା ପରେ ହଠାତ୍ ବିମାନରେ ନିଆଁ ଲାଗି ଯାଇଥିଲା। ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡିଥିଲା। ବିମାନରେ ଥିବା ପାଇଲଟ୍ ଏମ୍.ଶିଓଖଣ୍ଡ ଏବଂ ଦୀପକ ଯାଦବ ବିମାନରୁ ଡେଇଁ ଉଭୟ ନିଜ ଜୀବନ ବଞ୍ଚାଇଛନ୍ତି।

Comments are closed.