Odisha Link
Bridging the Missing Links in Odisha

ବିଧାନସଭା: ନରସିଂହଙ୍କ ପ୍ରଶ୍ନର ଉତ୍ତର ଦେଲେନି ମନ୍ତ୍ରୀ, କଣ ଥିଲା ସେ ପ୍ରଶ୍ନ?

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ ଯେ, ଧାନ କିଣା ଆରମ୍ଭ ହୋଇନାହିଁ ହେଲେ ମିଲ ଭିତରେ ଧାନ ଆସିଲା କେଉଁଠୁ। ବଲାଙ୍ଗିରର ଦୁଇଟି ମିଲରେ ଧାନ ବସ୍ତା ଆସିଲା କୁଆଡୁ। ହେଲେ ମନ୍ତ୍ରୀ ଏହାର ଉତ୍ତର ନଦେଇ ଲୁଚାଉଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର।

ସେ ଆହୁରି କହିଛନ୍ତି ଯେ, ଧାନ ବିକ୍ରିରେ ହଜାର ହଜାର ଟଙ୍କାର ଦୁର୍ନିତି ହୋଇଛି। ଦଲାଲ, ସରକାରୀ କର୍ମଚାରି ଓ ମଧ୍ୟସ୍ତି ମାନେ ଚାଷୀଙ୍କୁ ଠକୁଛନ୍ତି। ଆଉ ସରକାର ଚାଷୀଙ୍କୁ ବାଧ୍ୟ କରୁଛନ୍ତି ଅଳ୍ପ ଦାମରେ ଧାନ ବିକିବା ପାଇଁ ଫଳରେ ଅନ୍ୟମାନେ କିଣୁଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର। ଆଉ ସରକାର ଏଥିରେ ସାମିଲ ଅଛନ୍ତି ଏବଂ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି ହେଲେ ମନ୍ତ୍ରୀଙ୍କ ପାଖରେ ଏହାର ଉତ୍ତର ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର।

Comments are closed.