Odisha Link
Bridging the Missing Links in Odisha

ରାକ୍ଷୀଙ୍କ ଝିଅ କୁ ଦେଖି ! ଦର୍ଶକ କହିଲେ…

ମୁମ୍ବାଇ : ବଲିଉଡ଼ର ବିବାଦିୟ ନାୟିକା ତଥା ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ । ନିଜର ଅଜବ ବ୍ୟବହାରକୁ ନେଇ ସବୁବେଳେ ସୋସିୟାଲ ସାଇଡରେ ଛାଇ ରହିଥାନ୍ତି ରାକ୍ଷୀ । ସେ କିଛି ଦିନ ହେବ ନିଜେ ବିବାହ କରିନେଇଛନ୍ତି କହି ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିଲେ । ରାକ୍ଷୀ ଜୁଲାଇ ୨୮ରେ ବିବାହ କରିବା ସହ ବଧୂ ବେଶରେ ଫଟୋ ସୋଶାଲ୍‌ ମିଡିଆରେ ଶେଆର କରିଥିଲେ । ତାଙ୍କର କହିବା କଥା ତାଙ୍କ ସ୍ୱାମୀ ରିତେଶ୍ ୟୁକେର ଜଣେ ବିଜ୍‌ନେସ୍‌ମ୍ୟାନ୍‌। କିନ୍ତୁ ସେ ତାଙ୍କ ସ୍ବାମୀଙ୍କ ଫଟୋ ସେୟିର କରିନାହାଁନ୍ତି ।

ପୁଣି ଏବେସେ ଏକ ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍‌ କରି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି । ରାକ୍ଷୀ କହିଛନ୍ତି ‘ବନ୍ଧୁ, ଏ ହେଉଛି ମୋ ଝିଅ। ଦୟାକରି ମୋ ଝିଅକୁ ଆର୍ଶୀବାଦ କରନ୍ତୁ’। ତେବେ ତାଙ୍କୁ ଏହି ଭିଡିଓ କୁ ନେଇ ବହୁତ ଟ୍ରୋଲ୍‌ ର ଶିକାର ହେବାକୁ ପଡ଼ିଛି । ରାକ୍ଷୀ କହିଛନ୍ତି , କ୍ୟାମେରା ସାମ୍ନାକୁ ଆସିବାକୁ ଚାହୁଁ ନାହାନ୍ତି ଓ ତାଙ୍କ ସ୍ୱାମୀଙ୍କ ସହ ବହୁତ ଖୁସିରେ ଅଛନ୍ତି।

Comments are closed.