Odisha Link
Bridging the Missing Links in Odisha

ରାଜଧାନୀରେ ଆଜିଠୁ ଗଡିବ ବିଦ୍ୟୁତ ଚାଳିତ ବସ୍

ଭୁବନେଶ୍ବର: ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ପରୀକ୍ଷାମୂଳକ ଭାବେ ଗଡିବ ବିଦ୍ୟୁତ୍‌ ଚାଳିତ ବସ୍। ପ୍ରଥମ ପର୍ଯ୍ୟାୟରେ ଗଡିବ ଦୁଇଟି ବସ୍‌। ଏହି ବସ୍‌ ହାଇଦରାବାଦରୁ ଅଣାଯାଇଛି। ବିନା ଯାତ୍ରୀରେ ବସ୍‌ ୧୦ ଦିନ ବିଭିନ୍ନ ରୁଟ୍‌ରେ ଗଡିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବସ୍‌ରେ ଯାତ୍ରୀଙ୍କ ପାଇଁ ୩୨ଟି ସିଟି ବସ୍‌ ରହିଥିବା ବେଳେ ସିଟ୍‌ ପାଖରେ ମୋବାଇଲ ଚାର୍ଜ ପଏଣ୍ଟର ବ୍ୟବସ୍ଥା ମଧ୍ୟ ରହିଛି।

କ୍ରୁଟ ପ୍ରବନ୍ଧକ ଦୀପ୍ତୀମୟୀ ମହାପାତ୍ର କହିଛନ୍ତି, ଟେଣ୍ଡର ପାଇଥିବା ଦୁଇଟି ସଂସ୍ଥା ପ୍ରାଥମିକ ଭାବେ ଗୋଟିଏ ଲେଖାଏଁ ବିଦ୍ୟୁତ୍‌ ଚାଳିତ ବସ୍‌ ଆଣି ବିଭିନ୍ନ ରୁଟ୍‌ରେ ଚଳାଇବେ। ବସ ଚଳାଚଳ ପରେ ଜଣା ପଡିବ ଏହି ବିଦ୍ୟୁତ ଚାଳିତ ବସ୍‌ ସହର ପାଇଁ ଉପାଦେୟ ହେବ ନା ନାହିଁ।

Comments are closed.