Odisha Link
Bridging the Missing Links in Odisha

ସଂସଦ: ଏହିସବୁ ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ

ନୂଆଦିଲ୍ଲୀ: ଆଜି ହେଉଛି ସଂସଦର ଶୀତକାଳୀନ ଅଧିବେଶନର ୨ୟ ଦିନ। ହେଲେ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଦେଖିବାକୁ ମିଳିଛି ପ୍ରବଳ ହଟ୍ଟଗୋଳ। ରାଜ୍ୟସଭାରେ ଜେଏନୟୁ ଏବଂ ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା।ସେହିପରି ଲୋକସଭାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଏସପିଜି ସୁରକ୍ଷା ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ କଂଗ୍ରେସ ହଙ୍ଗାମା କରିଥିଲା। କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଲୋକସଭାରେ କୃଷକଙ୍କ ଆୟ, କାଶ୍ମୀରରେ ନେତାଙ୍କୁ ଗୃହବନ୍ଦୀ କରି ରଖିବା ଏବଂ ଜେଏନୟୁ ପ୍ରସଙ୍ଗ ମଧ୍ୟ ଉଠିଥିଲା। ବିରୋଧୀମାନେ କୃଷକଙ୍କ ଆୟ ପ୍ରସଙ୍ଗକୁ ନେଇ ସରକାର ଏକଚ୍ଛତ୍ରବାଦ ଶାସନ ବନ୍ଦ କରନ୍ତୁ ବୋଲି ନାରାବାଜି କରିଥିଲେ।

ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ବିରୋଧୀ ସଦସ୍ୟମାନେ ଜେଏନୟୁ ଛାତ୍ରଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ସେହିପରି ଜାମ୍ମୁ-କାଶ୍ମୀରରେ କଟକଣାକୁ ନେଇ ବିଭିନ୍ନ ଦଳର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଗୃହର ଅଧ୍ୟକ୍ଷ ଏମ. ଭେଙ୍କାୟା ନାଇଡୁ ସଦସ୍ୟମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଅପରାହ୍ନ ୨ଟା ଯାଏ ମୁଲତବୀ କରିଦେଇଥିଲେ।

Comments are closed.