Odisha Link
Bridging the Missing Links in Odisha

ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପକ୍ଷରୁ ସୁପରଷ୍ଟାର କମଲ ହସନଙ୍କୁ ଡକ୍ଟରେଟ୍

ଭୁବନେଶ୍ୱର: ଆଜି ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଭିନେତାରୁ ରାଜନେତା ହୋଇଥିବା ତଥା ଏମ୍ଏନ୍‌ଏମ୍‌ ଦଳର ଅଧ୍ୟକ୍ଷ କମଲ ହସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା କମଲ ହାସନ୍‌ଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଞ୍ଚୁରିଆନ ୟୁନିଭର୍ସିଟିରେ ଏହି ଡିଗ୍ରି ପ୍ରଦାନ କରିଛନ୍ତି। ଏହା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଓ କମଲ ହସନ୍ ଉନ୍ମଚୋନ କରିଛନ୍ତି।

ଗତ ସୋମବାର ନବୀନ ନିବାସରେ ନବୀନ ପଟ୍ଟନାୟକ ଓ କମଲ ହାସନ ଉଭୟଙ୍କ ମଧ୍ୟରେ ସନ୍ଧ୍ୟାରେ ବେଶ୍‌ କିଛି ସମୟ ଆଲୋଚନା ହୋଇଥିଲା। ପରେ କମଲ ହାସନ ଗଣମାଧ୍ୟମକୁ କହିଥିଲେ, ଶ୍ରୀ ପଟ୍ଟନାୟକଙ୍କ ସହିତ ତାଙ୍କର ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖିବାକୁ ସୁଯୋଗ ମିଳିଲା । ତାଙ୍କର ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା । ତାମିଲନାଡୁକୁ ଅଧିକ ସଫଳ ଓ ସମୃଦ୍ଧ କରିବା ଆମର ଲକ୍ଷ୍ୟ ବୋଲି ଆଞ୍ଚଳିକ ଦଳ ମକ୍କଲ ନିଧି ମୟମର ମୁଖ୍ୟ ତଥା ସାଉଥ ସୁପରଷ୍ଟାର କମଲ ହାସନ କହିଥିଲେ।

Comments are closed.