Odisha Link
Bridging the Missing Links in Odisha

ଜାନୁଆରୀ ୮ରେ ହେବ ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ବର: ଦେଶରେ ଉପୁଜିଥିବା ଆର୍ଥିକ ମାନ୍ଦାବସ୍ଥା, ବେକାରୀ, ମୂଲ୍ୟବୃଦ୍ଧି, ବେରୋଜଗାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଏବଂ ଶ୍ରମ ଆଇନର କୋର୍ଡିଫିକେସନ୍‌ ବିରୁଦ୍ଧରେ ଦାବି କରି ଆସନ୍ତା ଜାନୁଆରୀ ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ରାଜ୍ୟସ୍ତରୀୟ ଶ୍ରମିକ ଅଧିବେଶନରେ ଆହ୍ନାନ ଦିଆଯାଇଛି। ଏହି ଅଧିବେଶନରେ ଶ୍ରମିକ ନେତା କହିଥିଲେ, ମୋଦୀ ସରକାର ଦେଶୀୟ ଓ ଅନ୍ତର୍ଜାତୀୟ ପୁଞ୍ଜିପତିମାନଙ୍କୁ ସୁବିଧା ଦେବା ପାଇଁ ସେମାନଙ୍କ ସ୍ବାର୍ଥରେ ଶ୍ରମ ଆଇନର କୋର୍ଡିଫିକେସନ୍‌ କରୁଛନ୍ତି। ୪୪ ଗୋଟି ଶ୍ରମ ଆଇନକୁ ୪ ଗୋଟି କୋଡରେ ବଦଳାଇ ଶ୍ରମିକ ମାନଙ୍କର ଟ୍ରେଡ ୟୁନିୟନ କାରିବା, ଧର୍ମଘଟ କରିବା ଏବଂ ଆପୋସ ଆଲୋଚନା କରିବାର ଅଧିକାରକୁ ଛଡାଇ ନେବାକୁ ବସିଛନ୍ତି।

କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ, ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଓ ଅନ୍ୟାନ୍ୟ ସ୍ବାଧୀନ ଫେଡେରେସନ ବ୍ୟାଙ୍କ, ବୀମା , ପ୍ରତିରକ୍ଷା, ବିଏସଏନଏଲ, କୋଇଲା, ଖଣି, ବିଦ୍ୟୁତ୍‌ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନେ ଆସନ୍ତା ୨୦୨୦ ଜାନୁଆରୀ ୮ ତାରିଖ ଧର୍ମଘଟରେ ସାମିଲ ହେବେ ବୋଲି କୁହାଯାଇଛି।

Comments are closed.