Odisha Link
Bridging the Missing Links in Odisha

ସମୟ ପଡ଼ିଲେ ବିଜେପିକୁ ସମର୍ଥନ ଦେବୁ: ଜେଡିଏସ୍

ବେଙ୍ଗାଲୁରୁ: ଆସନ୍ତା ଡିସେମ୍ବର ୫ ତାରିଖରେ କର୍ଣ୍ଣାଟକରେ ହେବ ଉପନିର୍ବାଚନ। ଏଥିପାଇଁ ସଜବାଜ ସବୁ ଦଳ। ହେଲେ ଏହାର ମଧ୍ୟରେ ଜେଡିଏସର ବୟାନ କର୍ଣ୍ଣାଟକ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ। ଆଜି ବିଏସ୍‌ ୟେଦ୍ୟୁରପ୍ପା ସରକାରଙ୍କୁ ସମର୍ଥନ ଦେବାର ‘ସମସ୍ତ ସୁଯୋଗ’ ରହିଛି ବୋଲି ବରିଷ୍ଠ ଜେଡିଏସ୍‌ ନେତା ବାସଭରାଜ ହୋରାଟ୍ଟି କହିଛନ୍ତି। ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଥିବାରୁ ଏହାପରେ ଯଦି ପରିବର୍ତ୍ତିତ ମ୍ୟାଜିକ୍‌ ନମ୍ବର ହାସଲ କରିବାରେ ବିଜେପି ବିଫଳ ହୁଏ ଜେଡିଏସ୍‌ ସମର୍ଥନ କରିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ସଦ୍ୟ ଭେଟିଥିବା ଏହି ନେତା କହିଛନ୍ତି ଯେ, ରାଜନୀତିକ ଦଳ ନିର୍ବିଶେଷରେ ମିଡ୍‌ ଟର୍ମ ନିର୍ବାଚନ ଚାହୁଁନାହାନ୍ତି। ସେ କହିଛନ୍ତି, “କୁମାରସ୍ୱାମୀ ଏବଂ ଦେବେଗୌଡ଼ା କହିଛନ୍ତି ଆମେ ସରକାର ଭାଙ୍ଗିବାକୁ ଦେବାନାହିଁ। ତାଙ୍କ ବିବୃତି ଅନୁଯାୟୀ ମୁଁ କହିବାକୁ ଚାହେଁ ବିଜେପି ପାଖରେ ସଂଖ୍ୟା ଅଭାବ ରହିଲେ ଜେଡିଏସ୍‌ ସାଢ଼େ ୩ ବର୍ଷର ଅବଧି ସରିବା ଯାଏ ବିଜେପିକୁ ଜେଡିଏସ୍‌ ସମର୍ଥନ କରିବ। ମୁଁ ଏହାକୁ ସମର୍ଥନ କରିବି।”

ଏଥିସହିତ ସେ କହିଥିଲେ ଯେ, ବିଜେପି, କଂଗ୍ରେସ ଏବଂ ଜେଡିଏସ୍‌ କାହାର ମଧ୍ୟ ବିଧାୟକ ଚାହୁଁନାହାନ୍ତି ସରକାର ଭାଙ୍ଗିଯାଉ। କେଉଁ ସରକାର ବି ରହୁ, ସେମାନଙ୍କ ବିଧାୟକ ପଦ ଆଉ ସାଢ଼େ ୩ ବର୍ଷ କାଏମ ରହୁ ବୋଲି ଚାହୁଁଛନ୍ତି।

Comments are closed.